କଟକ: କୋଭିଡ-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ତାଲାବନ୍ଦ କଟକଣା ଜାରି ପରିପ୍ରେକ୍ଷୀରେ ଦିନ ମଜୁରିଆ ଏବଂ ବସ୍ତିବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିପର୍ଯ୍ୟୟ ସହାୟତା ସେବା ଜରିଆରେ ମର୍କତନଗର ସେକ୍ଟର-୬ସ୍ଥିତ ଫ୍ରେଣ୍ଡ୍ସ କ୍ଲବ ସହଯୋଗରେ ରିଲିଫ ବଣ୍ଟନ କରାଯାଇଛି। ନିକଟସ୍ଥ ହଇରାଣପୁର ଓ ପେଟାନାଳ ବସ୍ତିରେ ରହୁଥିବା ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମହାମାରୀ ସମୟରେ ସହାୟତାର ହାତ ବଢାଇଥିବାରୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ଏବଂ ଫ୍ରେଣ୍ଡ୍ସ କ୍ଲବ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଯାଇଛି। କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ଯତୀନ୍ଦ୍ରମୋହନ ଦାସ, ସଭାପତି ଓମ ପ୍ରକାଶ ଅଗ୍ରୱାଲ, ସମସ୍ତ ସଭ୍ୟ ଏବଂ ରିଲାଏନ୍ସ ଫାଉଣ୍ଡେସନ ଜିଲା ପରିଚାଳକ ଅଶୋକ କୁମାର ମଲ୍ଲିକ ଉପସ୍ଥିତ ରହି ରିଲିଫ ବଣ୍ଟନ ତଦାରଖ କରିଥିଲେ।



