www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତାରେ ବାଘ ଦେଖି ସେଲଫି ନେବାକୁ କଲେ ଚେଷ୍ଟା ଲୋକେ

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟିରେ ଦେଖାଯାଉଛି ୨ଟି ବାଘ (ଏକ ବାଘ ଯୋଡା) ହଠାତ ରାସ୍ତା ଉପରକୁ ଆସିଗଲେ। ରାସ୍ତାରେ ବୁଲୁଥିବା ଏହି ୨ଟି ବାଘକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହି ୨ମିନିଟ ୨୯ ସେକେଣ୍ଡର ଏହି ଭିଡିଓରେ ପରିଷ୍କାର ଦେଖାଯାଉଛି, କିଛି ବାଇକ ଆରୋହୀ ରାସ୍ତାରେ ରହି ବାଘକୁ ଦେଖିବା ସହ କେହି ସେଲଫି ମଧ୍ୟ ନେଉଛନ୍ତି।
ଜଣେ ବାଇକ ଆରୋହୀ ବାଘର ଏକଦମ ସାମ୍ନାସାମ୍ନି ହେବା ସହ ଭିଡିଓ କରିବାକୁ ଲାଗିଥିଲେ। ବାଘ ନିକଟକୁ ଆସିଲେ ମଧ୍ୟ ସେମାନେ ପଛକୁ ହଟିନଥିଲେ। ରାସ୍ତାରେ ଥିବା ଅନ୍ୟ ଲୋକେ ମଧ୍ୟ ବାଘ ନିକଟକୁ ଯିବାକୁ ପଛଘୁଞ୍ଚା ଦେଇନଥିଲେ। କିଛି ସମୟ ପରେ ବାଘ ଜଙ୍ଗଲ ଭିତରକୁ ପଳାଇଯାଇଥିଲେ। ହୁଏତ ବାଘଙ୍କ ପେଟ ଭର୍ତ୍ତି ଥିବାରୁ ସେ କାହାର କୌଣସି କ୍ଷତି କରିଥିଲେ। ମାତ୍ର ଏକ ବଡ ଧରଣର ଅଘଟଣ ଘଟିଥାଆନ୍ତା ବୋଲି ଅଣଦେଖା କରାଯାଇପାରିବ ନାହିଁ। କରୋନା କଟକଣା ପାଇଁ ତାଡୋବା ବାଘ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ସଫାରୀ ବନ୍ଦ ରଖାଯାଇଛି। ତାଲାବନ୍ଦ ପାଇଁ ଲୋକେ ଏହି ରାସ୍ତାରେ ମଧ୍ୟ ଖୁବ କମ ଯାଆନ୍ତି। ଶୁନଶାନ ରାସ୍ତା, ଏହି କାରଣରୁ ହିଁ ବାଘ ରାସ୍ତାକୁ ପଳାଇଆସିଥିଲେ। ଏବେ ଯାଏଁ ବହୁ ସଂଖ୍ୟାରେ ଏହି ଭିଡିକୁ ଲୋକେ ଦେଖି ପସନ୍ଦ କରି ସାରିଲେଣି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories