www.samajalive.in
Saturday, December 6, 2025
14.1 C
Bhubaneswar

ତିତଲିରେ ମରିଥିବା ଗୃହପାଳିତ ପଶୁଙ୍କ ପାଇଁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ତିତଲି ବାତ୍ୟା ଓ ବନ୍ୟାରେ ହେଇଥିବା କ୍ଷୟକ୍ଷତିର ଆକଳନ କରୁଛନ୍ତି ରାଜ୍ୟ ସରକାର । ବନ୍ୟାରେ​‌ ଗୃହପାଳିତ ପଶୁ ମରିଥିଲେ କ୍ଷତିପୂରଣ ଦିଆଯିବ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର, ଛେଳି ଓ ମେଣ୍ଢାଙ୍କ ପାଇଁ ମୁଣ୍ଡ ପିଛା ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସେହିଭଳି କୁକୁଡା ଚିଆଁ ପାଇଁ ସର୍ବାଧିକ ୫ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ । ବାସନକୁସନ ଓ ଲୁଗାପଟା ନଷ୍ଟ ହୋଇଥିଲେ ସେଥିପାଇଁ ୩୮୦୦ ଟଙ୍କା ମିଳିବ । ସମତୁଲ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୫ ହଜାର ୧୦୦ଟଙ୍କା ଏବଂ ପାହାଡ ଉପରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯୦୦ ଟଙ୍କା ମିଳିବ । ଏନେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୩ ସୁଦ୍ଧା ଗଜପତିରେ ଅବଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍ ସେବା ପହଞ୍ଚିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories