www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍‌ନଗରଠାରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌

ଗୁଜରାଟ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତ୍ତି ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟ ଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ୟ୍ୟକରିବେ। ଏହି ହସ୍‌ପିଟାଲ ଜାମନଗର, ଖମ୍ଭାଲିଆ, ଦ୍ୱାରକା, ପୋରବନ୍ଦର ଏବଂ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ।

- Advertisement -

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନିତା ଏମ୍ ଅମ୍ବାନି କହିଛନ୍ତି, “ଭାରତ କୋଭିଡର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ଆମେ ଯଥାସମ୍ଭବ ପ୍ରତ୍ୟେକ ଉପାୟରେ ସହାୟତା କରିବାକୁ ପ୍ରତିବଦ୍ଧ। ଅଧିକ ସ୍ୱାସ୍ଥ୍ୟସେବା ସୁବିଧା ସାମ୍ପ୍ରତିକ ସମୟରେ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଛି। ରିଲାଏନ୍ସ ଫାଉଣ୍ଡେସନ କୋଭିଡ ଆକ୍ରାନ୍ତ ରୋଗୀଙ୍କ ପାଇଁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ସ୍ଥାପନ କରୁଛି। ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟା ଥିବା ସୁବିଧା ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଆଉ ୬୦୦ ଶଯ୍ୟା ତାହା ପରବର୍ତୀ ଆଉ ଏକ ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସପିଟାଲ ଗୁଣାତ୍ମକ ଚିକିତ୍ସା ସେବା ମାଗଣାରେ ଯୋଗାଇଦେବ। ରିଲାଏନ୍ସ ଫାଉଣ୍ଡେସନ ପ୍ରତିଟି ଭାରତୀୟଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଦୃଢଭାବରେ ଛିଡା ହୋଇଛି। ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଆମେ ଆମର ଅକ୍ଳାନ୍ତ କାର୍ଯ୍ୟ ଜାରି ରଖିବୁ। ଏକାଠି ମିଶି ଆମେ ଏହା କରିପାରିବା ଏବଂ ଏହି ଲଢେଇରେ ଆମେ ଜିତିବା”।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଗ୍ରୁପ୍ ଅଧ୍ୟକ୍ଷ ଧନରାଜ ନଥ୍‌ୱାନି କହିଛନ୍ତି, “ଏହି କୋଭିଡ ମହାମାରୀ ସମୟରେ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ଗୁଜରାଟର ସମ୍ମାନାସ୍ପଦ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ଏହି ଜଟିଳ ସମୟରେ ଗୁଜରାଟରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ କଠିନ ପରିଶ୍ରମ କରୁଛନ୍ତି। ରିଲାଏନ୍ସ ମୁଖ୍ୟ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଗୁଜରାଟରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ହସପିଟାଲ ସୁବିଧା ଉପଲବ୍ଧ କରାଇବା ଦିଗରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ତେଣୁ ଆମ ଅଧ୍ୟକ୍ଷଙ୍କ ନେତୃତ୍ୱରେ ରିଲାଏନ୍ସ ଟିମ୍ ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ଦୁଇଟି କୋଭିଡ ଚିକିତ୍ସା ସୁବିଧା ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି”।

ଭାରତରେ ଯେକୌଣସି ଗୁରୁତର ସଙ୍କଟ ସମୟରେ ଏବଂ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ପରେ ଗତ ଏକବର୍ଷ ଧରି ରିଲାଏନ୍ସ ସହାୟତାର ହାତ ବଢାଇ ଆସିଛି। ରିଲାଏନ୍ସ ଗୁଜରାଟ ଏବଂ ଦେଶର ଜନସାଧାରଣଙ୍କୁ ବିଭିନ୍ନ ଭାବରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛି। ରିଲାଏନ୍ସ ମଧ୍ୟ ଗୁଜରାଟ ଏବଂ ଆଉ କେତେକ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦେଉଛି। ଆରଆଇଏଲ ମୁମ୍ବାଇ ମହାନଗରରେ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ଯୋଗାଇ ଦେଉଛି, ଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଦ୍ୱାରା ୮୭୫ଟି କୋଭିଡ ଶଯ୍ୟା ପରିଚାଳିତ ହେଉଛି। ଜାମନଗର ଏବଂ ମୁମ୍ବାଇରେ ରିଲାଏନ୍ସ କୋଭିଡ ଚିକିତ୍ସା ପାଇଁ ୧୮୭୫ଟି କୋଭିଡ୍ ଚିକିତ୍ସା ଶଯ୍ୟା ସ୍ଥାପନ ଓ ପରିଚାଳନା କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories