www.samajalive.in
Saturday, December 6, 2025
23.1 C
Bhubaneswar

ଟିସିଏସ୍‍କୁ ଟପି ପ୍ରଥମ ସ୍ଥାନ ଗ୍ରହଣ କଲା ରିଲାନ୍ସ

ନୂଆଦିଲ୍ଲୀ : ମଙ୍ଗଳବାର ବଜାର ମୂଲ୍ୟାଙ୍କନ ଅନୁସାରେ ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେନ୍‍ଜ(ବିଏସ୍‍ଇ) ଦେଇଥିବା ରିପୋର୍ଟ ଅନୁସାରେ ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଟିସିଏସ୍‍ କୁ ପଛରେ ପକାଇ ଭାରତର ପ୍ରଥମ କମ୍ପାନୀର ସ୍ଥାନ ଗ୍ରହଣ କରିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ରିଲାନ୍ସର ସେୟାର ମୂଲ୍ୟ ୩.୧୭% ବୃଦ୍ଧିପାଇ ୧୧୮୬ ଟଙ୍କାରେ ପହଁଞ୍ଚିଛି। କିନ୍ତୁ ଟିସିଏସ୍‍ର ସେୟାର ମୂଲ୍ୟ ହ୍ରାସପାଇ ୧୯୪୧ରେ ପହଁଞ୍ଚିଛି।
ବିଏସ୍‍ସି ରିପୋର୍ଟ ଅନୁସାରେ ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ୭.୪୮ ଟ୍ରିଲିୟନ ଥିବାବେଳେ ଟିସିଏସ୍‍ କମ୍ପାନୀର ମଧ୍ୟ ୭.୪୦ ଟ୍ରିଲିୟନ ରହିଛି। ଜୁଲାଇରେ ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଅଂଶଧନ ୨୧% ବୃଦ୍ଧି ହୋଇଥିବାବେଳେ ଟିସିଏସ୍‍ ୪.୫% ବୃଦ୍ଧି ପାଇଛି। ପୂର୍ବରୁ ମଧ୍ୟ ରିଲାନ୍ସ ଇଣ୍ଡଷ୍ଟ୍ରି ଟିସିଆରକୁ ଟପି ପ୍ରଥମ ସ୍ଥାନ ଅଧିକାର କରିଥିଲା।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories