www.samajalive.in
Sunday, December 7, 2025
16.1 C
Bhubaneswar

ପାରାଦୀପ ସମେତ ଦେଶର ୪ଟି ପିସିପିଆଇଆର ପ୍ରକଳ୍ପରେ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା

ନୂଆଦିଲ୍ଲୀ: ପାରାଦୀପ ସମେତ ଦେଶରେ ମୋଟ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧,୮୨,୭୭୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇଛି ବୋଲି କେନ୍ଦ୍ର ଯୋଜନା (ସ୍ୱାଧୀନ) ଏବଂ ରସାୟନ ତଥା ସାର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାରରେ  ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପାରାଦୀପରେ ୨୮୪.୧୫ ବର୍ଗ କିଲୋମିଟର  ସ୍ଥାନରେ ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ ପ୍ରତିଷ୍ଠା କରାଯାଉଛି କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ସୂଚନା ଦେଇଛନ୍ତି  ।

ଗୁଜରାଟର ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ବିକାଶ ଯୋଜନାକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପକୁ ଗତ ବର୍ଷ ସେପ୍ଟେମ୍ବରରେ ଉପକୂଳ ଅଂଚଳ ଜୋନ ମଞ୍ଜୁରି ମଧ୍ୟ ମିଳିଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦହେଜ ପିସିପିଆଇଆର ପ୍ରକଳ୍ପ ପାଇଁ ୮୫,୯୨୮ କୋଟି ଟଙ୍କା ନିବେଶ କରାଯାଉଛି ଏବଂ ସେଠାରେ ୧.୩୨ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଉଛି।

- Advertisement -

ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍ –୬୪୦ ବର୍ଗ କିଲୋମିଟର ଅଂଚଳରେ କାକିନାଡା ପିସିପିଆଇଆର ପ୍ରକଳ୍ପ ପ୍ରତିଷ୍ଠା ହେଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୪୩,୭୪୪ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏଥିରେ ୧.୧୧ ଲକ୍ଷ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରାଯାଉଛି। ଏହି ପ୍ରକଳ୍ପ ପାଇଁ ଚିଠା ମାଷ୍ଟର ପ୍ଲାନ ପ୍ରସ୍ତୁତି ଏବଂ ପ୍ରକାଶନ କରାଯାଇଛି। ତା’ଛଡା ଏହାର ପରିବେଶ ପ୍ରଭାବ ମୂଲ୍ୟାଙ୍କନ ସର୍ଭେ ମଧ୍ୟ ସରିଛି ବୋଲି କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ କହିଛନ୍ତି।

ସେହିଭଳି ତାମିଲନାଡୁର କୁଡାଲୁର ଓ ନାଗପଟ୍ଟିନାମ୍ ପିସିପିଆଇଆର ପ୍ରକଳ୍ପ ୨୫୭ ବର୍ଗ କିଲୋମିଟର ଅଂଚଳରେ ପ୍ରତିଷ୍ଠା ହେବ ଏବଂ ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୮,୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ଦେଶର ଏହି ୪ଟି ଯାକ ପିସିପିଆଇଆର ପ୍ରକଳ୍ପରେ ମୋଟ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଏହା ସମ୍ପୂର୍ଣ୍ଣ ହେଲେ ମୋଟ ଉପରେ ୩୩.୯୬ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories