www.samajalive.in
Saturday, December 6, 2025
16.1 C
Bhubaneswar

ଝାଙ୍କରପାଲିରେ ସେବାଶ୍ରମ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଆଦିବାସୀ ଅଧୁସିତ ଝାଙ୍କରପାଲି ଗ୍ରାମ ପଞ୍ଚାତ ରେ ଏକ ଶହ ଶଯ୍ୟା ବିଶିଷ୍ଟ ସେବାଶ୍ରମ ସ୍କୁଲ ପ୍ରତିଷ୍ଠା କରିବାକୁ  ଜିଲ୍ଲା ପରିଷଦ ସଭ୍ୟା ଉତ୍ପଲା ଧୁରୁଆ ଏବଂ ପଞ୍ଚାୟତର ବିଭିନ୍ନ ଗ୍ରାମର ଏକ ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କୁ ସାକ୍ଷାତ କରି ଅଞ୍ଚଳବାସୀଙ୍କ ସ୍ୱାକ୍ଷରିତ ଦାବୀପତ୍ର ପ୍ରଦାନ କରିଛନ୍ତି। ଝାଙ୍କରପାଲିରେ ସେବାଶ୍ରମ ସ୍କୁଲ ପ୍ରତିଷ୍ଠା ହେଲେ ଆଖପାଖର ୪ଟି ପଞ୍ଚାୟତ ର ଆଦିବାସୀ/ ହରିଜନ ଛାତ୍ର/ଛାତ୍ରି ଉପକୃତ ହେବା ବୋଲି ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି। ସୂଚିତ ଯେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଗତକାଲି କୁଚିଣ୍ଡା ଗସ୍ତରେ ଆସିଥିବା ବେଳେ କୁଚିଣ୍ଡାରେ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସର ରେ ଜିଲ୍ଳା ପରିଷଦ ସଭ୍ୟା ଉତ୍ପଲା ଧୁରୁଆ, ସାମଜିକ କର୍ମୀ ପରଦେଶୀ ଧୁରୁଆ, ପୂର୍ବତନ ସରପଞ୍ଚ ବୈକୁଣ୍ଠ ଧୁରୁଆ ,ତ୍ରିନାଥ ନାଏକ,ପ୍ରେମାନ୍ଦ ବ୍ରିନେଦ୍, ଶ୍ରୀକର ଡନସନା, ନନ୍ଦଲା ମକର ପ୍ରମୁଖ କେନ୍ଦ୍ର ମନ୍ତୀ ଙ୍କ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଅବସର ରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ରେଙ୍ଗାଲି ବିଧାୟକ ନାଉରି ନାଏକ ଏବଂ ସାଂସଦ ନିତେଶ ଗଙ୍ଗ ଦେବ , ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଉପସ୍ଥିତ ଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories