www.samajalive.in
Saturday, December 6, 2025
23.1 C
Bhubaneswar

ବଡ଼ମ୍ବା ଗସ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ବଡ଼ମ୍ବା : ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ସମୀର ମହାନ୍ତି ଗୁରୁବାର ବଡ଼ମ୍ବା ଗସ୍ତରେ ଯାଇଥିଲେ। ଶ୍ରୀ ମହାନ୍ତିଙ୍କ ଗସ୍ତକୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ବେହେରା,ଅମର ନାୟକ,ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ମହାଳିକ, ମନୋଜକୁମାର ପଣ୍ଡା,ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ମହାନ୍ତି,ବିଜୟକୁମାର ଦଳବେହେରା,ବିଭୁଦତ୍ତ ପଟ୍ଟନାୟକ,ଜୋନ୍ପ୍ରମୁଖ ଆଇନଜୀବୀ ସନ୍ତୋଷକୁମାର ବେହେରାଙ୍କ ସମେତ ଦଳର ବହୁ ଛାମୁଆ ନେତୃବର୍ଗ ସଭାପତି ଶ୍ରୀ ମହାନ୍ତିଙ୍କ ସହିତ ପୂର୍ବନିଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଭାପତି ଶ୍ରୀ ମହାନ୍ତିଙ୍କୁ ଦଳ ତରଫରୁ ବଡ଼ମ୍ବା ଗାନ୍ଧିଛକରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରାଯାଇଥିଲା।

ଦଳିୟକର୍ମୀଙ୍କ ସହିତ ଶ୍ରୀ ମହାନ୍ତି ଗାନ୍ଧିଛକସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାପୁଜୀଙ୍କୁ ନିଜର ଶ୍ରଦ୍ଧାସୁମନ ଜଣାଇଥିଲେ। ପରେପରେ ନିକଟସ୍ଥ ବଡ଼ମ୍ବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅନ୍ତେବାସୀ ରୋଗୀଙ୍କୁ ସାକ୍ଷାତ କରିବାସହ କେନ୍ଦ୍ରରେ ଚାଲିଥିବା ନିରାମୟ ଯୋଜନା,କୋଭିଡ ଟିକାକରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ତଦାରଖ କରିଥିଲେ। ଯାତ୍ରା ଅବସରରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିରଯାଇ ଶ୍ରୀ ମହାନ୍ତି ଠାକୁରାଣୀଙ୍କ ସୁନାବେଶ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମହାନ୍ତି ବଡ଼ମ୍ବା ବ୍ଲକ ଅଧିନସ୍ଥ ତାଳମୁଣ୍ଡଳୀ ଏବଂ କଙ୍କଡ଼ାଯୋଡ଼ି ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ପାରମ୍ପରିକ ବୁଣାକାରମାନଙ୍କ ଜୀବନଜିବିକା ପଚାରିବୁଝିବାସହ ବୁଥ କମିଟି ସଦସ୍ୟଙ୍କ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମହାନ୍ତିଙ୍କୁ ମାଣିଆବନ୍ଧ ଏବଂ ବଡ଼ବାରସିଂହଠାରେ ଦଳ ତରଫରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଦଳର ବାର୍ତ୍ତା ସଂଯୋଜକ ଗିରିଜାପ୍ରସାଦ ମିଶ୍ରଙ୍କଠାରୁ ପ୍ରକାଶ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories