www.samajalive.in
Monday, December 8, 2025
14.1 C
Bhubaneswar

୨ଟି ସେଲ୍ଫି କ୍ୟାମେରା ସହ ଲଞ୍ଚ ହେଲା ରେଡମି ନୋଟ୍ ୬ ପ୍ରୋ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟ ଫୋନ ମେକର ଏମଆଇ ଭାରତରେ ରେଡମି ନୋଟ୍ ୬ ପ୍ରୋ ଲଞ୍ଚ କରିଛି । ଏଥିରେ ୨ଟି ସେଲ୍ଫି କ୍ୟାମେରା ରହିଥିବା ବେଳେ ୨ଟି  ରିୟର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟ ଫୋନର ବିକ୍ରି ୨୩ ନଭେମ୍ବର ଆସନ୍ତାକାଲିଠାରୁ ଆରମ୍ଭ ହେବ । ଫ୍ଲିଫକାର୍ଟ ଏବଂ ଏମଆଇ ୱେବ୍ ସାଇଡରୁ ଗ୍ରାହକ କିଣିପାରିବେ । ବ୍ଲାକ୍, ରୋଜ ଗୋଲ୍ଡ, ରେଡ୍ ଏବଂ ବ୍ଲ୍ୟୁ ଏହି ୪ଟି ରଙ୍ଗର ରେଡମି ନୋଟ୍ ୬ପ୍ରୋ ଉପଲବ୍ଧ । ୪ଜିବି/୬୪ଜିବି ମେମୋରି ଭାରିଆଣ୍ଟ ଫୋନ୍ ୧୩,୯୯୯ ଟଙ୍କାରେ ଏବଂ ୬ଜିବି/୬୪ଜିବି ମେମୋରି ଭାରିଆଣ୍ଟ ଫୋନ ୧୫,୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ । ଜିଓ ସିମ୍ ଉପଭୋକ୍ତାଙ୍କୁ ୨୪୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବାର ଅଫର ମଧ୍ୟ ରହିଛି ।

ଆସନ୍ତାକାଲି ଫ୍ଲିଫକାର୍ଟରେ ୪ଜିବି ମେମୋରି ଭାରିଆଣ୍ଟ ଫୋନ ୧୨,୪୯୯ ଟଙ୍କାରେ ଏବଂ ୬ଜିବି ମେମୋରି ଭାରିଆଣ୍ଟ ଫୋନ ୧୪,୯୯୯ ଟଙ୍କାରେ ମିଳିବ । ଏଥିରେ ଏଚଡିଏଫସି ବ୍ୟାଙ୍କର ଅଫର ମଧ୍ୟ ସାମିଲ ରହିଛି । ଏହି ସ୍ମାର୍ଟ ଫୋନର ୬.୨୬ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଏଲସିଡି ଡିସପ୍ଲେ ରହିଛି ।

- Advertisement -

ଏହି ସ୍ମାର୍ଟଫୋନର କ୍ୟାମେରାରେ ଆର୍ଟିଫେସିୟଲ ଇନଟେଲିଜେନ୍ସ ସୀନ ଡିଟେକ୍ସନ ଦିଆଯାଇଛି । ଯାହା ଦ୍ବାରା ଫଟୋ ଅଧିକ ଭଲ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କ୍ୟାମେରା ଇଣ୍ଟରଫେସରେ ଷ୍ଟୁଡିଓ ଲାଇଟିଂ ଅଫସନ୍ ଦିଆଯାଇଛି । ଏହି ଅଫସନ୍ ପ୍ରଥମେ ଆଇଫୋନ୍ ଏକ୍ସରେ ଆସିଥିଲା ପରେ ଅନ୍ୟ କମ୍ପାନୀମାନେ ମଧ୍ୟ ନିଜ ନିଜ ସ୍ମାର୍ଟ ଫୋନରେ ଏହାକୁ ଦେଉଛନ୍ତି ।

୨ଟି ରିୟାର କ୍ୟାମେରା ମଧ୍ୟରୁ ଗୋଟିଏ ୧୨ ମେଗାପିକ୍ସଲ ହୋଇଥିବା ବେଳେ ଅନ୍ୟଟି ୫ ମେଗାପିକ୍ସଲ ବୋଲି ଜଣାପଡିଛି । ଏଥିରେ ଅଟୋଫୋକ୍ସ ଏବଂ ଏଆଇ ପୋର୍ଟ୍ରାଇଟ୍ ଦିଆଯାଇଛି । ସେଲଫି ପାଇଁ ୨ଟି କ୍ୟାମେରା ରହିଛି । ଏଥିରୁ ଗୋଟିଏ କ୍ୟାମେରା ୨୦ ମେଗାପିକ୍ସଲ ଓ ଅନ୍ୟଟି ୨ ମେଗାପିକ୍ସଲ । ଏଥିରେ ୪-୧ ସୁପର ପିକ୍ସଲ ଏବଂ ଏଆଇ ଫେସ ଅନଲକ୍ ଫିଚର ରହିଛି ।

ଏହି ସ୍ମାର୍ଟଫୋନରେ ୪,୦୦୦ ଏମଏଏଚ ବ୍ୟାଟେରୀ ରହି ଥିବାରୁ ଏହା ୨ ଦିନର ବ୍ୟାକଅପ ଦେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ଦୁଇଟି ସିମ୍ ସପୋର୍ଟ କରିବ । ଏତତ୍ ବ୍ୟତୀତ ସଂଯୋଗ ପାଇଁ ବ୍ଲ୍ୟୁଟୁଥ ଏବଂ ୱାଇଫାଇ ଭଳି ଷ୍ଟାଣ୍ଡ୍ରାଡ୍ ଫିଚର୍ସ ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories