www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ : ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶନିବାର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅତାବିରା ଓ ଭେଡେନ ବ୍ଲକର କନିଷ୍ଠ ରେଡକ୍ରସ କାଉନସିଲର ମାନଙ୍କୁ ନେଇ ପ୍ରାଥମିକ ଚିକିତ୍ସା ଉପରେ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତାବିରା  ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ତଥା ଅତାବିରା ବ୍ଲକ ଖେଳ ସମ୍ପାଦକ, ସ୍କାଉଟ ମାଷ୍ଟର ତଥା କନିଷ୍ଠ ରେଡକ୍ରସ୍ କାଉନସିଲର ଲବ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲା କନିଷ୍ଠ ରେଡକ୍ରସ୍ ସଂଯୋଜକ ମହେନ୍ଦ୍ର ଆଚାର୍ଯ୍ୟ, ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଳ ପ୍ରମୁଖ ମଞ୍ଚାସୀନ ଥିଲେ। ହେମନ୍ତ କୁମାର ସାମଲ ତାଲିମଦାତା ରୂପେ ତାଲିମ ଦେଇଥିଲେ। ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ଫଟୋଚିତ୍ରରେ ପ୍ରଥମେ ନିମନ୍ତ୍ରିତ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ସମବେତ ଭାବରେ ରେଡକ୍ରସର ଆବହନୀ ସଙ୍ଗୀତ ଗାନ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନେ କନି​ଷ୍ଠ‌୍ଠ ରେଡକ୍ରସର ଉଦ୍ଦେଶ୍ୟ ତଥା ହେନେରୀ ଡୁନାଣ୍ଟଙ୍କ ଅବଦାନ ଉପରେ ମାର୍ଗଦର୍ଶନ କରିଥିଲେ। ଏହି ତାଲିମ ଶିବିରରେ ଅତାବିରା ବ୍ଲକର ୨୫ ଜଣ କାଉନସିଲର ଓ ଭେଡେନ ବ୍ଲକର ୨୭ ଜଣ କାଉନସିଲର ତାଲିମ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories