www.samajalive.in
Sunday, December 7, 2025
14.1 C
Bhubaneswar

ଶିକ୍ଷକ କେବଳ ଶିକ୍ଷାଦାନ ନୁହେଁ ରକ୍ତଦାନ କରି ବଞ୍ଚାଇପାରନ୍ତି ଅମୂଲ୍ୟ ଜୀବନ

ରେଙ୍ଗାଲିକେମ୍ପ  :  ପବିତ୍ର ଗୁରୁଦିବସ ଅବସରରେ ଅତାବିରା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ଠାରେ ଶିକ୍ଷକ ସଂଘ ଆନୁକୂଲ୍ୟରେ ନିଆରା ଭାବରେ ଗୁରୁଦିବସ ପାଳନ କରି ଦର୍ଶାଇଛନ୍ତି ଯେ ଜଣେ ଶିକ୍ଷକ ତାର ଜୀବନ କେବଳ ଶିକ୍ଷାଦାନ ପାଇଁ ନୁହେଁ, ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହିପରି ଏକ ମହାନ୍ ଉଦ୍ଦେଶ୍ୟ ରଖି ପ୍ରଥମେ ଶିକ୍ଷକ ଭବନ ଠାରେ ମୋ ପରିବାର ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୨ଜଣ ଶିକ୍ଷକ ରକ୍ତଦାନ କରିଥିଲେ । ଏହାକୁ ଉଦଘାଟନ କରିଥିଲେ ପରିବାରର ସଂଯୋଜକ ଗୌରହରି ମିଶ୍ର। ବୁର୍ଲାର କର୍ମଚାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ। ଏହା ପରେ ଅତାବିରା ଓ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ  ମାଛିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ତଥା ସଂଯୋଜନାରେ ଗୁରୁଦିବସ ପାଳନ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ରିତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗାର , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ , ସଂଘର ସଂପାଦକ ରଶ୍ମି ରଞ୍ଜନ ସାହୁ ଓ ସି ଆର୍ ସି ସି ମନୋରଞ୍ଜନ ମିଶ୍ର ସମ୍ମାନିତ ଅତିଥି ରୂପେ ମଞ୍ଚକ୍ଷସୀନ ଥିଲେ।,ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ରଶ୍ମୀ ରାଣୀ ନନ୍ଦ,ଇନ୍ଦ୍ରଜିତ ଉର୍ମା,ଅମୂଲ୍ୟ ସାହୁ ଓ ସାଥୀ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଶିକ୍ଷକ ମାନେ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ ପାଉନଥିବା, ଚାକିରି କାଳରେ ବିଭିନ୍ନ ପ୍ରକାର ସୁବିଧାରୁ ବଞ୍ଚିତ ହେବା,ଆଦି ବିଭିନ୍ନ ସମସ୍ୟା କୁ ନେଇ ମଞ୍ଚାସୀନ ଅତିଥି ମାନେ କ୍ଷୋଭ ପ୍ରକାଶ କରିଥିଲେ। ସମାଜରେ ଶିକ୍ଷକ ମାନଙ୍କର ଯେଉଁ ଉଚ୍ଚ ଆସନ ରହିବା କଥା ତାହା ଆଜି ରହୁ ନାହିଁ ବୋଲି ବ୍ଲକ ଶିକ୍ଷା ଅଧିକାରୀ ମଲ୍ଲିକ ଦୁଃଖ ପ୍ରକାଶ କରିବା ସହ ଶିକ୍ଷକ ମାନେ ଅତୀତର ଗୁରୁ ଶିଷ୍ୟ ପରମ୍ପରାକୁ ଫେରେଇ ଆଣିବାକୁ ନିରନ୍ତର ପ୍ରୟାସ ଓ ଉଦ୍ୟମ ଜାରି ରଖିବା ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ସେଭଳି ପରିବେଶ ସୃଷ୍ଟି କରିବା ପାଇଁ ଶିକ୍ଷକ ମାନଙ୍କୁ ଆହ୍ବାନ ଜଣାଇଥିଲେ। ଏହି ଅବସରରେ ବ୍ଲକ ର ଅବସର ପ୍ରାପ୍ତ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଚଳକୁ ଗର୍ବ ଓ ଗୌରବ ଆଣିଥିବା ପାରା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଙ୍କୁ ମଧ୍ୟ ଇତ୍ୟବସରରେ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଶିକ୍ଷା ଦେଇଥିବା ଗୁରୁ ଙ୍କୁ ମଧ୍ୟ ସମସ୍ତେ କୃତଜ୍ଞତା ଜଣାଇଥିଲେ। ସଂଗଠନ ର ସମ୍ପାଦକ ରଶ୍ମିରଞ୍ଜନ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଗୋକୁଲା ମଲ୍ଲିକ,ସନ୍ତୋଷ କର,ପଞ୍ଚାନନ ନାଥ,ଅର୍ଜୁନ ପରିଡ଼ା,ସୁଶାନ୍ତ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ରବୀନ୍ଦ୍ର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories