www.samajalive.in
Monday, December 8, 2025
16.1 C
Bhubaneswar

ଶୋଚନୀୟ ଅବସ୍ଥାରେ ରେଶମ କେନାଲରାସ୍ତା

ବରପାଲି : ବରପାଲି ବ୍ଲକ ବଲିଟିକ୍ରା ରେଶମ କେନାଲରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବା ବେଳେ ସାଧରଣ ଲୋକଙ୍କ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଚଂଳବାସୀ ବରଗଡ଼ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ସାତଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନର ବାଟ ଆପାଣାଇବାକୁ ଚେତାବନୀ ଦେଇଛନ୍ତି। ଦାବିପତ୍ରର ଏକ ନକଲ ବରପାଲି କେନାଲ ଉପଖଣ୍ଡ ନିର୍ବାହୀଯନ୍ତ୍ରୀ,ଉପ ଜିଲ୍ଲାପାଲ,ପିଡି ଡ଼ିଆରଡ଼ିଏ,ଆଡ଼ି ନିର୍ବାହୀ ଯନ୍ତ୍ରୀ,ବିଧାୟିକା ବିଜେପୁର,ବିଧାୟିକା ଅତାବିରା,୫ଟି ସଚିବ ଭୁବନେଶ୍ୱର ପ୍ରମୁଖଙ୍କ ସହ ବରପାଲି ଓ ଭେଡ଼େନ ଥାନାଧିକାରିଙ୍କୁ ଅବଗତ କରିଛନ୍ତି। ବରପାଲି ରାମପୁର ମୁଖ୍ୟରାସ୍ତାରୁ ଲମ୍ବି ଯାଇଥିବା ୮କିଲୋମିଟର ରେଶମ କେନାଲ ରାସ୍ତାର ଅବସ୍ଥା ଗୁରୁତର ହେବା ସହିତ ଦୁର୍ଗମ ପଥରେ ପରିଣତ ହେବାକୁ ଯାଉଛି। ରାସ୍ତାର କେତେକାଂଶ ପିଚୁରାସ୍ତା ହୋଇଥିବା ବେଳେ ବହୁ ଅଂଶ ପଥର ମାଟି ରାସ୍ତାରେ କିଛି ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା। ହେଲେ ନିର୍ମାଣ ସମୟରେ ସମ୍ପୂର୍ଣ୍ଣ ରାସ୍ତାଟି ନିର୍ମାଣ କରାନଯାଇ ବଲିଟିକିରା ପଟରୁ କିଛିଅଂଶ ଛାଡ଼ି ଦିଆଯାଇଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ତାର ସଠିକ ଉତ୍ତର ବିଭାଗିୟଙ୍କ ନିକଟରୁ ମିଳିପାରିଲାନାହିଁ। ହେଲେ ବର୍ତ୍ତମାନ ବଲିଟିକିରାରୁ ତିନି କିମି ଭେଡେନ ବ୍ଲକର ସିଂଘେନପାଲି ପର୍ଯ୍ୟନ୍ତ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ରାସ୍ତାରେ ଗାତ ମାନ ସୃଷ୍ଟି ହେବା ସହ ରାସ୍ତାର ଗେଟିପଥର ଉଠି ଲୋକଙ୍କୁ ଯାତାୟତ ଅସୁବିଧାରେ ପକାଉଛି। ଭେଡ଼େନ ବ୍ଲକର ୫ଟି ପଞ୍ଚାୟତ ଅଁଇଲାପାଲି, ଅରେଗୁଡି, ରେଶମ ,ତେନ୍ତୁଲିଟିକିରା ସହ ବହୁ ଗ୍ରାମର ଗ୍ରାମବାସୀ ରାସ୍ତା ଉପରେ ନିର୍ଭରଶୀଳ ରହିଥିବା ବେଳେ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ବରପାଲିକୁ ଯିବାଆସିବା କରିଥାନ୍ତି। ସେହିପରି ବରପାଲି ବ୍ଲକର ସତଲମା,ତୁଲଣ୍ଡି,ପାଟକୁଲୁଣ୍ଡା ପଞ୍ଚାୟତର ଅନେକ ଗ୍ରାମର ଗ୍ରାମବାସୀମାନେ ନିତ୍ୟ ବ୍ୟବହାର୍ଯ୍ୟ ଭାବରେ ରାସ୍ତାକୁ ବ୍ୟବହାରରେ ଆଣିଥାନ୍ତି। ଉକ୍ତ ରାସ୍ତାର ପ୍ରଶାଖା ରାସ୍ତା ଅଇଁଠାପାଲି ପ୍ରଶାଖା ରାସ୍ତାର ଅବସ୍ଥା ଆହୁରି ସଙ୍କଟଜନିତ ଭାବେ ପଡିରହିଛି। ସମସ୍ୟାକୁ ନେଇ ପୁର୍ବରୁ ବହୁବାର  ଅଚଂଳର ଗ୍ରାମବାସୀମାନେ ଆଲୋଚନା ମାଧ୍ୟମରେ କେନାଲ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ସମାଧାନ ପାଇଁ ଦାବି ଜଣାଇଥିଲେ। ହେଲେ ଦିନପରେ ଦିନ ବିତିଗଲା ସିନା, ସମସ୍ୟାର ସମାଧାନ ହେଲନି। ଅନ୍ୟଉପାୟ ନପାଇ ଗ୍ରାମବାସୀ ଏହି ଦୃଢ଼ ପଦକ୍ଷେପ ଆପେଣାଇବାକୁ ବାଧ୍ୟ ହୋଇଛୁ ବୋଲି କହିଥିଲେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories