www.samajalive.in
Monday, December 8, 2025
27.1 C
Bhubaneswar

୭ ଦିନରେ ସୁଶାନ୍ତଙ୍କୁ ୧୩୭ ଥର ଫୋନ କରିଥିଲେ ରିୟା ଚକ୍ରବର୍ତୀ

ମୁମ୍ବାଇ:  ସୁଶାନ୍ତ ସିଂହ ରାଜପୁର ମୃତ୍ୟୁ ମାମଲାରେ ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ନେଇ ଦିନକୁ ଦିନ ଆସୁଛି ନୂଆନୂଆ ଖବର । ଏବେ ତାଙ୍କର ଟେଲିଫୋନ କଲ୍ ଡ଼ିଟେଲ୍ସ ଯାଞ୍ଚ ବେଳେ ଆଉ କିଛି ଚମକପ୍ରଦ ସୂଚନା ମିଳିଛି । ୮ ଜୁନରୁ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ ଜୁନ୍ ୧୪ ତାରିଖ ମଧ୍ୟରେ ରିୟା ସୁଶାନ୍ତଙ୍କୁ ୧୩୭ଥର ଫୋନ୍ କରିଥିଲେ । ସେହିପରି ଏହି ସମୟରେ ସେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେ.କେ.ସିଂହ ଓ ତାଙ୍କର ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ସହ ମଧ୍ୟ କଥା ହୋଇଥିବା ସୂଚନା ମିଳିଛି ।

ଏକ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିୟାଙ୍କ ଗତ ୧ ବର୍ଷର କଲ୍ ଡ଼ିଟେଲ୍ସ ପୁଲିସ ବାହାର କରିବାକୁ ସକ୍ଷମ ହୋଇଛି । ସେ ଏହି ସମୟ ମଧ୍ୟରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରୁତି ମୋଦୀଙ୍କୁ ୮୦୮ ଥର ଫୋନ୍ କରିଛନ୍ତି । ସାମୁଏଲ ମିରାଣ୍ଡାଙ୍କୁ ୨୮୯ ଥର ଫୋନ୍ କରିଥିବା ସୂଚନା ମିଳିଛି । ଏହା ସହ ରିୟା ଦୁଇଜଣ ମନସ୍ତାତ୍ଵିକ ଚିକିତ୍ସକ (ସାଇକ୍ରିୟାଟ୍ରିଷ୍ଟ)ଙ୍କ ସହ ନିୟମିତ କଥାବାର୍ତା ହେଉଥିଲେ । ମହେଶ ଭଟ୍ଟଙ୍କ ସହ ତାଙ୍କର ନିୟମିତ ଯୋଗସୂତ୍ର ରହିଥିଲା ।

- Advertisement -

ରିୟା ଫୋନ୍ କରିଥିବା ବ୍ୟକ୍ତି ଓ କଲ ସଂଖ୍ୟା

ଇନ୍ଦ୍ରଜିତ୍ ଚକ୍ରବର୍ତୀ (ରିୟାଙ୍କ ବାପା)- ୧୧୨୨ ଥର

ସୋଭିକ୍ ଚକ୍ରବର୍ତୀ (ରିୟାଙ୍କ ଭାଇ) ୮୮୬ ଥର

ଶ୍ରୁତି ମୋଦି (ସୁଶାନ୍ତଙ୍କର ପୂର୍ବ ତଥା ରିୟାଙ୍କ ଏବର ମ୍ୟାନେଜର)- ୮୦୮ଥର

ସ୍ୟାଣ୍ଡି ଚକ୍ରବର୍ତୀ- ୫୩୭ ଥର

ସାମୁଏଲ ମିରାଣ୍ଡା-୨୮୯ ଥର

ସୁଶାନ୍ତ ସିଂହ ରାଜପୁତ ୧୩୭ ଥର ଓ ୨ ମେସେଜ

ମହେଶ ଭଟ୍ଟ- ୧୬ଥର

ଏହି କଲ୍ ରିପୋର୍ଟ ଅନୁସାରେ ରିୟା ବାନ୍ଦ୍ରାର ଡ଼ିଏସପି ଅଭିଷେକ ତ୍ରିମୁଖେଙ୍କ ସହ ମଧ୍ୟ କଥାବାର୍ତା କରିଥିଲେ । ସେ ଡ଼ିଏସ୍ପିଙ୍କ ସହ ୪ ଥର କଥା ହୋଇଥିଲେ ଓ ଏକ ମେସେଜ ମଧ୍ୟ ପଠାଇଥିଲେ । ସମ୍ପ୍ରତି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ ଯାଞ୍ଚ କରୁଛି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories