www.samajalive.in
Monday, December 8, 2025
24.1 C
Bhubaneswar

ଜମି ଜାଲିଆତି ମାମଲା ; ବୃଦ୍ଧଙ୍କୁ ମଳୁନି ନ୍ୟାୟ

ଟିଟିଲାଗଡ଼ : ଗରିବ ଅସହାୟଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ଡିଣ୍ଡିମ ପିଟିଚାଲିଛନ୍ତି। ହେଲେ ଦୀର୍ଘ ପ୍ରାୟ ଦେଢ ବର୍ଷ ହେଲା ଜନୈକ ବୃଦ୍ଧ ନ୍ୟାୟ ମନ୍ଦିରରୁ ନିରାଶ ହୋଇ ନିର୍ଯ୍ୟାତିତ ଆସିଥିବା ବେଳେ ଆଜି ମଧ୍ୟ ଉପଜିଲାପାଳଙ୍କ କୋର୍ଟ ସମ୍ମୁଖରେ ବସିବସି ଫେରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗରୁ ପ୍ରକାଶ ଯେ, ଗତ ୨୦୧୫ରେ ଟିଟିଲାଗଡ ଉପଖଣ୍ଡ ସଇଁନ୍ତଲା ଥାନା ଅନ୍ତର୍ଗତ ରେମଣ୍ଡା ଗ୍ରାମର ବୃଦ୍ଧ ମାନସିଂ ରଣାଙ୍କ ଭୂସମ୍ପତି ତାଙ୍କ ଅଜାଣତରେ କେହି ଜଣେ ଅନ୍ୟକୁ ବିକ୍ରୟ କରିଦେଇଛନ୍ତି। ଟିଟିଲାଗଡ ରେଜିଷ୍ଟ୍ରୀ କାର୍ଯ୍ୟାଳୟରେ ବୃଦ୍ଧ ତଥା ତାଙ୍କ ଚାରି ଝିଅଙ୍କ ଅନୁପସ୍ଥିତିରେ ଜମି ବିକ୍ରି କବଲା ମଞ୍ଜୁର ହୋଇଛି। ଏପରିକି ସଇଁନ୍ତଲା ତହସିଲଦାର ମଧ୍ୟ ବୃଦ୍ଧ ମାନସିଂ ତଥା ଅନ୍ୟ ଦାବିଦାରଙ୍କୁ କୌଣସି ନୋଟିସ ନକରି ଜାଲିଆତି ଜରିଆରେ ଜମି କ୍ରୟ କରିଥିବା ଲୋକଙ୍କୁ ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି। ଏସମ୍ପର୍କରେ ବହୁ ଦିନ ପରେ ଜମିର ସତ୍ୱ ଦଖଲ କରିଆସୁଥିବା ବୃଦ୍ଧ ଜଣକ ଜ୍ଞାତ ହୋଇ ସଇଁନ୍ତଲା ଥାନାରେ ୨୦୧୯ ଏପ୍ରିଲରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏନେଇ ସଇଁନ୍ତଲା ଥାନାରେ କେସ ନଂ ୭୧/୨.୪.୧୯ ଦଫାରେ ୪୨୦, ୪୬୪, ୪୬୫, ୪୬୭, ୪୬୮, ୪୭୧, ୪୭୪, ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ସତ ହେଲେ ଅଦ୍ୟାବଧି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।

- Advertisement -

ଅନ୍ୟପକ୍ଷରେ ଟିଟିଲାଗଡ ଉପଜିଲାପାଳଙ୍କ କୋର୍ଟରେ ଏନେଇ ମାମଲା ବର୍ଷ ବର୍ଷ ଧରି ଶୁଣାଣି ହୋଇପାରୁନାହିଁ। ପ୍ରତିପକ୍ଷ ବାରମ୍ବାର ଟାଇମ ପିଟିସନ ଦାଖଲ କରିଚାଲିଥିବା ନେଇ କେସ ବିଲମ୍ବିତ ହୋଇଚାଲିଥିବା ଜଣାପଡ଼ିଛି। ଏନେଇ ତତ୍କାଳିନ ଉପଜିଲାପାଳ ଆଉ ଅଧିକ ସମୟ ଦିଆଯାଇପାରିବ ନାହିଁ ବୋଲି ଶୁଣାଇଥିବା ବେଳେ କରୋନା ସଟଡାଉନ ନେଇ ମାମଲାଟି ଏବେ ଭଗବାନ ଭରସାରେ ରହିଛି। ଏପରିକି ଏନେଇ ଅଭିଯୁକ୍ତ ଉତ୍ସାହିତ ହେବା ସହ ଜମିର ପ୍ରକୃତ ମାଲିକ ବୃଦ୍ଧ ମାନସିଂଙ୍କୁ ପଶାଇ ଦେଉନଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଟିଟିଲାଗଡ ନୂତନ ଉପଜିଲାପାଳ ସୌମେଶ ଉପାଧ୍ୟାୟ ଗତ ୬.୭.୧୭ରେ ସଇଁନ୍ତଲା ଥାନା ଅଧିକାରୀଙ୍କୁ ଏକ୍ସନ ଟେକେନ ରିପୋର୍ଟ ଦେବାକୁ ପତ୍ର ଲେଖିଥିଲେ। ହେଲେ ଅଦ୍ୟାବଧି ପୁଲିସ ପକ୍ଷରୁ ଉପଜିଲାପାଳଙ୍କୁ କୌଣସି ଉତର ଦିଆଯାଇନଥିବା ଜଣାଯାଇଛି। ଆଜି ଉପଜିଲାପାଳଙ୍କ କୋର୍ଟରେ କେସ ନେଇ ଶୁଣାଣୀ ତାରିଖ ଧାର୍ଯ୍ୟ ରହିଥିଲା। ଏନେଇ ବୃଦ୍ଧ ନ୍ୟାୟ ଆଶାରେ ନିଜ ଗାଁରୁ ପୁର୍ବ ବହୁ ଥର ଭଳି ଆସି ଉପଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବହୁ ସମୟ ଧରି ବସିରହିଥିବା ଦେଖାଯାଇଥିଲା। ସଂଯୋଗକୁ ବଲାଙ୍ଗିର ଜିଲାପାଳ ମଧ୍ୟ ଆଜି ଟିଟିଲାଗଡ ଆସି ତହସିଲଦାର, ଉପଜିଲାପାଳ, ମନ୍ତ୍ରୀଙ୍କ ସହ ବହୁ ସମୟ ବିତାଇଥିବା ଜଣାଯାଇଛି। ହେଲେ ନ୍ୟାୟ ଭିକ୍ଷା କରିଚାଲିଥିବା ବୃଦ୍ଧଙ୍କ ପ୍ରତି କାହାର ସମବେଦନା ପ୍ରକାଶ ପାଇନଥିବା ଆଲୋଚନାର ବିଷୟ ହୋଇଛି। ପ୍ରଶାସନର ଗରିବଙ୍କୁ ନ୍ୟାୟ ପ୍ରଦାନରେ ଏଭଳି ହତାଦର ଅତ୍ୟନ୍ତ ଦୁଃଖଦାୟକ ବୋଲି ଏନେଇ ଟିଟିଲାଗଡ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ ଚିନ୍ତା ପ୍ରକଟ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories