www.samajalive.in
Sunday, December 7, 2025
18.1 C
Bhubaneswar

ମାଆ କ୍ଷୀର ଶିଶୁ ପାଇଁ ମହୌଷଧୀ

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କୋଭିଡ ୧୯ ନିୟମ ଓ କଟକଣାକୁ ଅନୁକରଣ ପୂର୍ବକ କମ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ସତର୍କତା ଅବଲମ୍ବନ କରି ଏହି ସଚେତନତା କାର୍ୟ୍ୟକ୍ରମ କ୍ଲବର ସଭାନେତ୍ରୀ କଳ୍ପଲତା ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ମାଧବପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ର ମୁଖ୍ୟ ଚିକିତ୍ସାଧିକାରୀ ତଥା ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପଦ୍ମଚରଣ ଦାଶ ଯୋଗଦେଇ ମା କ୍ଷୀର ଶିଶୁ ପାଇଁ ସର୍ବଶ୍ରେଷ୍ଠ ଖାଦ୍ୟ, ଏପରିକି ମହୋଷୋଧି ବୋଲି ମତବ୍ୟକ୍ତ କରିଥିଲେ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଶିଶୁକୁ ସ୍ତନ୍ୟପାନ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଛି। ଶିଶୁର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ସ୍ତନ୍ୟପାନ ଦ୍ୱାରା ହିଁ ସମ୍ଭବ ବୋଲି ଡାକ୍ତର ଦାଶ ମତପ୍ରକାଶ କରିଥିଲେ। ମା କ୍ଷୀରରେ ବହୁ ପରିମାଣର ଭିଟାମିନ, ଜଳ, ପ୍ରୋଟିନ, ପୁଷ୍ଟିସାର, କ୍ୟାଲସିୟମ, ଭିଟାମିନ ସି ଇତ୍ୟାଦି ରହିଥାଏ। ଯାହାକି ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେଥିଲାଗି ମା କ୍ଷୀରକୁ ଶିଶୁପାଇଁ ସର୍ବଶ୍ରେଷ୍ଠ ମହୋଷୋଧି କୁହାଯାଇଥାଏ ବୋଲି ଡାକ୍ତର ଦାଶ ମତବ୍ୟକ୍ତ କରିଥିଲେ। କେବଳ ସେତିକି ନୁହେଁ ଏଥିରେ ସ୍ତନ୍ୟପାନ କରାଉଥିବା ମା ମାନେ ମଧ୍ୟ ସ୍ତନ୍ୟକର୍କଟ ଓ ଜରାୟୁ କର୍କଟ ଭଳି ଦୁରାରୋଗରୁ ରକ୍ଷା ପାଇଥାନ୍ତି ବୋଲି ସେ ସୂଚନା ଦେଇଥିଲେ। ସଭାପତି ଶ୍ରୀମତୀ ଦାଶ ତାଙ୍କର ବକ୍ତବ୍ୟରେ ଏକ ସୁସ୍ଥ ବିଶ୍ୱ ଗଠନ ଦିଗରେ ନିଜର ଜନ୍ମିତ ଶିଶୁକୁ ମା କ୍ଷୀରର ଅବଦାନ ଅନସ୍ୱୀକାର୍ୟ୍ୟ ବୋଲି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ସଂପାଦିକା ଦୀପାଳି ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମକୁ କ୍ଲବର ସିସିସି ମଞ୍ଜୁଲତା ମହାଳିକ ଓ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିବାବେଳେ ପୂର୍ବତନ ସଭାନେତ୍ରି ପୁଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories