www.samajalive.in
Saturday, December 6, 2025
14.1 C
Bhubaneswar

ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଦ୍ୱି-ମାସିକ ମୁଦ୍ରାନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି।

ଫେବ୍ରୁଆରୀ ୧ରେ ବଜେଟ୍ ଆଗତ ପରେ ଏହା ଆରବିଆଇର ପ୍ରଥମ ବୈଠକ। ଏ ନେଇ ଗତ ୩ ଦିନ ହେବ ମୁଦ୍ରାନୀତି କମିଟିର ବୈଠକ ଚାଲିଥିଲା। ଗତବର୍ଷ ଫେବୃଆରୀରୁ ଏ ପର୍ଯ୍ୟନ୍ତ ଆରବିଆଇ ରେପୋ ରେଟରେ ୧୧୫ ବେସିସ୍ ପଏଣ୍ଟ ହ୍ରାସ କରିଥିବା ବେଳେ ଆଗାମୀ ଦିନରେ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ରାସ୍ତାକୁ ଆଣିବା ନିମନ୍ତେ ଭବିଷ୍ୟତରେ ରେପୋ ରେଟ ହାର ହ୍ରାସ କରାଯିବ। ବିଷୟ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ୩ ଥର ଆରବିଆଇ ପ୍ରମୁଖ ନୀତିଗତ ସ୍ଥରରେ କୌଣସି ପରିବର୍ତ୍ତନ କରିନଥିଲା। ଏବେ ରେପୋ ରେଟ ୪ ପ୍ରତିଶତ ରହିଛି ।

- Advertisement -

ସେହିପରି ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତ ଓ ଏମଏସଏଫ ୪.୨୫ ପ୍ରତିଶତ ରହିଛି। ସେ କହିଛନ୍ତି, ୨୦୨୧-୨୨ରେ ଜିଡିପି ଆନୁମାନିକ ୧୦.୫ ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ୨୦୨୦-୨୧ର ୪ର୍ଥ ତ୍ରୈମାସିକରେ ମହଙ୍ଗା ଦର ୫.୨ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories