www.samajalive.in
Sunday, December 14, 2025
26.1 C
Bhubaneswar

ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଦ୍ୱି-ମାସିକ ମୁଦ୍ରାନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି।

ଫେବ୍ରୁଆରୀ ୧ରେ ବଜେଟ୍ ଆଗତ ପରେ ଏହା ଆରବିଆଇର ପ୍ରଥମ ବୈଠକ। ଏ ନେଇ ଗତ ୩ ଦିନ ହେବ ମୁଦ୍ରାନୀତି କମିଟିର ବୈଠକ ଚାଲିଥିଲା। ଗତବର୍ଷ ଫେବୃଆରୀରୁ ଏ ପର୍ଯ୍ୟନ୍ତ ଆରବିଆଇ ରେପୋ ରେଟରେ ୧୧୫ ବେସିସ୍ ପଏଣ୍ଟ ହ୍ରାସ କରିଥିବା ବେଳେ ଆଗାମୀ ଦିନରେ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ରାସ୍ତାକୁ ଆଣିବା ନିମନ୍ତେ ଭବିଷ୍ୟତରେ ରେପୋ ରେଟ ହାର ହ୍ରାସ କରାଯିବ। ବିଷୟ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ୩ ଥର ଆରବିଆଇ ପ୍ରମୁଖ ନୀତିଗତ ସ୍ଥରରେ କୌଣସି ପରିବର୍ତ୍ତନ କରିନଥିଲା। ଏବେ ରେପୋ ରେଟ ୪ ପ୍ରତିଶତ ରହିଛି ।

- Advertisement -

ସେହିପରି ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତ ଓ ଏମଏସଏଫ ୪.୨୫ ପ୍ରତିଶତ ରହିଛି। ସେ କହିଛନ୍ତି, ୨୦୨୧-୨୨ରେ ଜିଡିପି ଆନୁମାନିକ ୧୦.୫ ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ୨୦୨୦-୨୧ର ୪ର୍ଥ ତ୍ରୈମାସିକରେ ମହଙ୍ଗା ଦର ୫.୨ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories