www.samajalive.in
Sunday, December 14, 2025
26.1 C
Bhubaneswar

ମହାମାରୀ କ୍ଷତି ସୁଧାରିବାକୁ ୧୫ ବର୍ଷ ଲାଗିବ: ଆର୍‍ବିଆଇ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଭାରତୀୟ ଅର୍ଥନୀତିର ଯେତିକି କ୍ଷତି ଘଟିଛି, ତାହା ସୁଧାରିବାକୁ ଅନ୍ୟୂନ ୧୫ ବର୍ଷ ଲାଗିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୨୧-୨୨ ବର୍ଷ ପାଇଁ ପ୍ରକାଶିତ ଆର୍‍ବିଆଇର ‘ରିପୋର୍ଟ ଅନ୍‍ କରେନ୍ସି ଆଣ୍ଡ ଫାଇନାନ୍ସ’ (ଆରସିଏଫ)ରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିରେ ସୁଧାର ଘଟୁଥିଲେ ମଧ୍ୟ ଏହା ସନ୍ତୋଷଜନକ ସ୍ଥିତିରେ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଦେଶକୁ ଅର୍ଥନୈତିକ ପ୍ରଗତିର ସାତଟି ଦିଗ ଉପରେ ଧ୍ୟାନଦେବାକୁ ପଡ଼ିବ। ସେଗୁଡିକ ହେଉଛି ମୋଟ ଚାହିଦା, ମୋଟ ଯୋଗାଣ, ପ୍ରତିଷ୍ଠାନସମୂହ, ଇଣ୍ଡରମିଡିଆରିଜ୍‍ ଏବଂ ମାର୍କେଟ, ବୃହତ ଅର୍ଥନୈତିକ ସ୍ଥିରତା ଏବଂ ନୀତିଗତ ସମନ୍ୱୟ ରକ୍ଷା, ଉତ୍ପାଦିକତା ଓ ପ୍ରଯୁକ୍ତିଗତ ପ୍ରଗତି, ସଂରଚନାଗତ ପରିବର୍ତ୍ତନ ଏବଂ ଦୀର୍ଘସ୍ଥାୟିତ୍ୱ। ଦେଶ ଏକ ମଜଭୁତ ଓ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପଥକୁ ଫେରିବା ପାଇଁ ମୂଲ୍ୟଗତ ସ୍ଥିରତା ବଜାୟ ରଖିବା ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ସରକାରଙ୍କର ଋଣ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଭାରତ ଜିଡିପିର ୬୬%କୁ ହ୍ରାସକରିବା ଦେଶର ମଧ୍ୟମ ମିଆଦୀ ଅଭିବୃଦ୍ଧି ସମ୍ଭାବନାକୁ ସୁରକ୍ଷିତ ରଖିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଉଦ୍ୟୋଗୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅଧିକ ସୁଯୋଗ ଯୋଗାଇଦେବା ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories