www.samajalive.in
Sunday, December 14, 2025
23.1 C
Bhubaneswar

ଏଆଇପିଏନ୍‌ବିପିଆର୍‌ଏର ବାର୍ଷିକ ସାଧାରଣ ସଭା ବୈଠକ

ଭୁବନେଶ୍ୱର: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ପେନ୍‌ସନର୍ସ ଆଣ୍ଡ୍‌ ରିଟାରିଜ୍‌ ଆସୋସିଏସନ୍‌ (ଏଆଇପିଏନ୍‌ବିପିଆର୍‌ଏ)ର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରର ଇମେଜ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ରାମ ଚନ୍ଦ୍ର ପଣ୍ଡା, ରାଜ୍ୟ ସଭାପତି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସଚିବ ପ୍ରଣବ ପଟ୍ଟନାଏକ ସେକ୍ରେଟାରିଆଲ ତଥ୍ୟ ପ୍ରଦାନ କରିଥିଲେ । ସଂଘର ସହାୟକ ସାଧାରଣ ସମ୍ପାଦକ ହିମାଂଶୁ ମହାପାତ୍ର ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ । କେନ୍ଦ୍ରୀୟ ପରାମର୍ଶଦାତା ଡି.କେ ଖେରା ଏବଂ ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶୋକ ହରଣ ପ୍ରସାଦ ସିଂ ବୈଠକରେ ସମ୍ବୋଧିତ କରିବା ସହ ବିଶେଷ ଭାବେ ପିଏନ୍‌ବିରୁ ଆସିଥିବା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଶ୍ରୀ ଖେରା ବ୍ୟାଙ୍କର ସଦସ୍ୟ ଓ କର୍ପୋରେଟ୍‌ ସ୍ତରୀୟ ବିକାଶକୁ ନେଇ ପ୍ରଶଂସା କରିଥିଲେ । ସଞ୍ଜୀବ କୁମାର ଭରଦ୍ୱାଜ, ଆଞ୍ଚଳିକ ପ୍ରବନ୍ଧକ, ପିଏନ୍‌ବି, ମୁକ୍ତି ରଞ୍ଜନ ରାଏ, ମହାପ୍ରବନ୍ଧକ ସଂଘ ଦ୍ୱାରା ହୋଇଥିବା ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରସଂଶା କରିଥିଲେ । ସାରା ରାଜ୍ୟର ବହୁ ସଂଖ୍ୟକ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ଉଭୟ ମହାପ୍ରବନ୍ଧକ ଏଆଇପିଏନ୍‌ବିପିଆର୍‌ଏର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଓଡିଶାର ସମସ୍ତ ସର୍କଲର ସଂଘ ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ । ପରିଶେଷରେ ଶ୍ରୀ ଚୈାଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories