www.samajalive.in
Friday, December 12, 2025
14.1 C
Bhubaneswar

ରାୟୁଡୁଙ୍କୁ ବୋଲିଂରୁ ବାସନ୍ଦ କଲା ଆଇସିସି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଡାହାଣହାତୀ ଅଫ୍‌ସ୍ପିନର ଅମ୍ବାତି ରାୟୁଡୁଙ୍କୁ ବୋଲିଂ କରିବାରୁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ସୂଚନାଥାଉକି ଗତ ୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ ଖେଳୁଥିବା ବେଳେ ରାୟୁଡୁଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଥିଲା। ଆପତ୍ତି ହେବାର ୧୪ ଦିନ ମଧ୍ୟରେ ରାୟୁଡୁ ନିଜ ବୋଲିଂ ଶୈଳୀର ପରୀକ୍ଷା ଦେଇଥାନ୍ତେ। ତେବେ ରାୟୁଡୁ ଏପର୍ଯ୍ୟନ୍ତ ପରୀକ୍ଷା ଦେଇନଥିବାରୁ ତାଙ୍କୁ ଆଇସିସିର ଧାରା ୪.୨ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିବାରୁ ବାସନ୍ଦ କରାଯାଇଥିବା ଜଣାପଡ଼ିଛି। ନିଜ ବୋଲିଂ ଶୈଳୀର ପରୀକ୍ଷା ଦେବା ସହ ଆଇସିସିଠାରୁ କ୍ଲିନ୍‌ଚିଟ୍ ନ ପାଇବା ପର୍ଯ୍ୟନ୍ତ ରାୟୁଡୁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିପାରିବେ ନାହିଁ। ତେବେ ଆଇସିସିର ଧାରା ୧୧.୫ ଅନୁଯାୟୀ ବିସିସିଆଇ ଚାହିଁଲେ ରାୟୁଡୁଙ୍କୁ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିପାରିବାର ସୁଯୋଗ ଦେଇପାରିବ। ରାୟୁଡୁ ଭାରତ ତରଫରୁ ୫୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ମାତ୍ର ୯ଟି ମ୍ୟାଚ୍‌ରେ ବୋଲିଂ କରିଥିଲେ। ସେହିପରି ସେ ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ କୌଣସି ମ୍ୟାଚ୍‌​‌େ​‌ର ବୋଲିଂ କରିନାହାନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories