ରତ୍ନ ଭଣ୍ଡାର ଚାବି  ହଜିବା ଏକ ସୁଚିନ୍ତିତ ଷଡଯନ୍ତ୍ର: ସୂଚନା ଅଧିକାରୀ  କର୍ମୀ

0

ବଲାଙ୍ଗୀର :  ଶ୍ରୀମନ୍ଦିର ରତ୍ନ ଭଣ୍ଡାରର  ଚାବି ହଜିବା ଘଟଣା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି  ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । ସେ ସୂଚନା ଅଧିକାର ଆଇନ ବଳରେ ଶ୍ରୀମନ୍ଦିର ପ୍ରଶାସନକୁ କେତକ ତଥ୍ୟ ମାଗିଥିଲେ । ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ  ରାଜ୍ୟ ସରକରାଙ୍କ ଉପରେ ନ୍ୟାସ୍ତ ଥିବା ବେଳେ   ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ(୧୯୫୪-୫୫ ) ଅନୁସାରେ ସରକାରଙ୍କ ଏହାର ଦାୟିତ୍ତ୍ୱ ନେଇଛନ୍ତି । ୧୯୮୫ ମସିହାରେ ରତ୍ନ ଭଣ୍ଡାରର ଖୋଲାଯାଇଥିଲା ।   ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା ଶ୍ରୀମନ୍ଦିର ପ୍ରଶାସନକୁ ମାଗିଥିବା ତଥ୍ୟରେ  ପ୍ରଶାସନ ପକ୍ଷରୁ  ୩୦.୧ .୨୦୧୫ ତାରିଖ ପତ୍ର ସଂଖ୍ୟା ୮୨୯ରେ ଏହାର କେତକ ସୂଚନା ଦିଆଯାଇଥିଲା।  ୧୧.୦୯.୨୦୧୪ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାରର  ବିସ୍ତୃତ ସୂଚୀ ବିଷୟରେ ନିଷ୍ପତ୍ତି ନିଆଯାଇଛି , ମାତ୍ର ଏହାର ମୂଲ୍ୟ ଆକଳନ କରାଯାଇ ନାହିଁ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଥ୍ୟରେ  ଉଲ୍ଲେଖ ରହିଥିଲା । ତେବେ ପରିଚାଳନା କମିଟିରେ ଏହି ନିଷ୍ପତ୍ତି ପରେ କ’ଣ ପାଇଁ ଏହାକୁ  ଏତେ ଦିନ ଧରି  କାର୍ଯ୍ୟକାରୀ କରାଗଲା ନାହିଁ ବୋଲି  ସେ ପ୍ରଶ୍ନ କରିଛନ୍ତି । ରତ୍ନ ଭଣ୍ଡାର ଚାବି  ହଜିବା ଏକ ଷଡଯନ୍ତ୍ର ଓ  ଦୋଷୀମାନଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ,ସେ ଦାବି କରିଛନ୍ତି ।

Leave A Reply