www.samajalive.in
Saturday, December 6, 2025
16.1 C
Bhubaneswar

ବଡଦାଣ୍ଡରେ ଗଡୁଛି ରଥ

ପୁରୀ : ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି କରୋନା କଟକଣା ମଧ୍ୟରେ ପାଳନ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଓ ଗଜପତି ଦର୍ଶନ କରିବା ପରେ ହୋଇଥିଲା ଛେରା ପହଁରା ନୀତି। ଏବେ ଆରମ୍ଭ ହୋଇଛି ବଡଦାଣ୍ଡରେ ରଥଟଣା। ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥ ଗଡିଲା। ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡିଲା ରଥ। ପ୍ରଥମେ ୩ ରଥରେ ସାରଥୀ ଓ ଘୋଡାଯଚା କାମ ସମ୍ପନ୍ନ କରାଯାଇ ଆରମ୍ଭ ହୋଇଛି ରଥଟଣା।
ଗୁଣ୍ଡିଚା ଅଭିମୁଖେ ପ୍ରଭୁ ବଳଭଦ୍ରଙ୍କ ରଥ। ଆରମ୍ଭ ହୋଇଛି ଦେବୀ ସଭୁଦ୍ରାଙ୍କ ଦର୍ପଦଳନ ରଥ।
କୋଟି କୋଟି ଭକ୍ତଙ୍କ ଆଖିରେ ଆଜି ଧାର ଧାର ଲୁହ। କରୋନା କଟକଣା ପାଇଁ ସଭିଏଁ ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବଡଦାଣ୍ଡରେ ଗଡୁଛି ରଥ। ଭାବରେ ବିହ୍ୱଳ ପ୍ରତ୍ୟେକ ଭକ୍ତ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories