ଆରଏସଏସ୍‍ କାର୍ଯ୍ୟକ୍ରମରେ ଯୋଗ ଦେବେ ରତନ ଟାଟା

0

ମୁମ୍ବଇ : ବିଶିଷ୍ଟ ଶିଳ୍ପପତି ରତନ ଟାଟା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକ୍ରମରେ ଯୋଗ ଦେବେ। ରତନ ଟାଟା ସଂଘ ମୁଖ୍ୟ ମୋହନ ରାଓ ଭାଗବତଙ୍କ ସହିତ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ। ଅଗଷ୍ଟ ୨୪ରେ ସଂଘ ପ୍ରଚାରକ ନାନା ପାଲକରଙ୍କ ଜନ୍ମ ଶତବାର୍ଷିକ ଉତ୍ସବରେ ଉଭୟ ଗୋଟିଏ ମଞ୍ଚରେ ଏକାଠି ହେବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆରଏସଏସ୍‍ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଟାଟାଙ୍କ ଯୋଗଦାନ ପୁଣି ଚର୍ଚ୍ଚାର ବିଷୟ ହୋଇଛି। ନାନା ପାଲକର ସ୍ମୃତି ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏଥିରେ ଯୋଗଦେବା ଲାଗି ଉଭୟ ମୋହନ ଭାଗବତ ଓ ରତନ ଟାଟା ସମ୍ମତି ପ୍ରଦାନ କରିଛନ୍ତି।

Leave A Reply