ଆଇଫୋନ୍ ପ୍ରସ୍ତୁତ ପାଇଁ ଦେଶରେ ବସିଲା ଆଉ ଏକ କାରଖାନା, ୬ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ : ଆଜିର ସମୟରେ ଆଇଫୋନ୍ ସବୁଠୁ ଅଧିକ ଲୋକପ୍ରିୟ ଫୋନ୍ । ଏଥିରେ ଏମିତି ଅନେକ ଫିଚର୍ ରହିଛି ଯାହା ଏହି ଫୋନକୁ ଅନ୍ୟ ସବୁ ଫୋନଠୁ ଭିନ୍ନ କରିଥାଏ । ଏହା ସହିତ ଆଇଫୋନ୍ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । ଏବେ ଆଇଫୋନକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ଏଣିକି ଦେଶର ଜଣାଶୁଣା ବ୍ୟବସାୟୀ ରତନ ଟାଟା ଆଇଫୋନ୍ ନିର୍ମାଣ କରିବେ । ଆମେରିକୀୟ କମ୍ପାନୀ ଆପଲ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ନିଜ ଚତୁର୍ଥ ଆଇଫୋନ୍ ଆସେମ୍ବଲ ୟୁନିଟ୍ ଖୋଲିବାକୁ ପ୍ରସ୍ତୁତ ହେଉଛି । ନଭେମ୍ବର ମାସରୁ ଆଇଫୋନ ଉତ୍ପାଦନ ଆରମ୍ଭ ହୋଇଯିବ ।

prayash

ଟାଟା ଇଲେକ୍ଟ୍ରୋନିକ୍ସର ତାମିଲନାଡୁର ହୋସୁରରେ ପୂର୍ବରୁ ଏକ କାରଖାନା ରହିଛି । ଏବେ ସେଠାରେ ୨୫୦ ଏକର ଜାଗାରେ ଆଉ ଏକ କାରଖାନା ଖୋଲାଯିବ ଏବଂ ଆଇଫୋନ୍ ପ୍ରସ୍ତୁତ ହେବ । କାରଖାନା ପାଇଁ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ପ୍ରାୟ ୫୦ ହଜାର ଲୋକଙ୍କୁ କାମ ମିଳିବ, ଯେଉଁଥିରେ ଅଧିକାଂଶ ମହିଳା କର୍ମଚାରୀ ସାମିଲ ହେବେ । କହିରଖୁଛୁ ଆପଲ ଗତ କିଛି ବର୍ଷ ହେବ ଚାଇନା ଉପରେ ନିଜ ନିର୍ଭରଶୀଳତାକୁ କମ୍ କରିବାକୁ ଯୋଜନା କରୁଛି । ଏହା ସହିତ କମ୍ପାନୀ ଭାରତ, ଥାଇଲାଣ୍ଡ, ମାଲେସିଆ ଭଳି ଦେଶରେ ନିଜ ପାର୍ଟ୍ସ ଓ ଫୋନ୍ ନିର୍ମାଣ କରିବା ପାଇଁ ଯୋଜନା କରୁଛି ।

Comments are closed.