www.samajalive.in
Monday, December 15, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ଘରୋଇ କାର୍ଯ୍ୟରେ ଉନ୍ନତି ଘଟିବ। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ବହୁଧନର ଅଧିକାରୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିବାର ଯୋଜନା ପ୍ରସ୍ତୁତ କରିବେ। ପୁତ୍ର ପ୍ରାପ୍ତି ହେବାର ସମ୍ଭାବନା ଅଛି। ସୁଖୀ ହେବେ।

ବୃଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ସରକାରଙ୍କ ତରଫରୁ ସହାୟତା ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

- Advertisement -

ମିଥୁନ: କୃଷିରୁ ଲାଭବାନ ହେବେ। କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି। ପ୍ରୀତିଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ।

କର୍କଟ: କାର୍ଯ୍ୟରେ ବାଧା ଉପୁଜି ପାରେ। ପରିଶ୍ରମର ମୂଲ୍ୟ ମିଳି ପାରେ। ସନ୍ତୋଷ, ଶାନ୍ତି ସହିତ ଶ୍ରୀ ଲାଭ ହେବ। କର୍ମରେ ଉନ୍ନତି ଘଟିବ। ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି। ଶାରୀରିକ କଷ୍ଟ ସହ ଖର୍ଚ୍ଚାନ୍ତ ହେବେ।

ସିଂହ: ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଗୁଜବ ଶୁଣନ୍ତୁ ନାହିଁ। କାରଣ ମନକୁ ଆତଙ୍କିତ କରିପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ।

କନ୍ୟା: ପରିସ୍ଥିତି ଆୟତ୍ତାଧୀନ ହେବ। ସୁଖ-ସନ୍ତୋଷ ଲାଭ କରିବେ। ହସ-ଖୁସିରେ ସମୟ ବିତାଇବେ। ସ୍ନେହ ଶ୍ରଦ୍ଧା ଲାଭ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ବନ୍ଧୁମାନେ ସହଯୋଗର ହାତ ବଢ଼ାଇ ପାରନ୍ତି।

ତୁଳା: କୌଣସି କାରଣରୁ କ୍ରୋଧ ବୃଦ୍ଧି ହୋଇପାରେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁ ନାଶ କରି ଆଶ୍ୱସ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ବିଛା: ଭ୍ରାତୃ ବିବାଦର ଅବସାନ ଘଟିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ପଦୋନ୍ନତି ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପୁଣ୍ୟବାନ ହେବେ। ଅସଜଡ଼ା କାର୍ଯ୍ୟକୁ ସଜାଡ଼ିବାରେ ସିଦ୍ଧହସ୍ତ ହେବେ।

ଧନୁ: ବହୁ ଶୁଭ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ନିଜ ସମ୍ମାନକୁ ଜଗି କାର୍ଯ୍ୟ କରିବାକୁ ହେବ। ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ପ୍ରଶଂସା ମିଳିବା ବିଳମ୍ବିତ ହେବ। ଯାନବାହନ ସୁଖ ମିଳିବ। କୃଷି କର୍ମରେ ଦକ୍ଷ ହେବେ।

ମକର: ପାରିବାରିକ ଅଶାନ୍ତି ଦେଖା ଦେଲେ ବି, ତାହା ମାତ୍ର କ୍ଷଣିକ ପାଇଁ। ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସମ୍ମାନ ବଜାୟ ରଖିବେ। ଗୃହରୁ ଅଶାନ୍ତିର ବାତାବରଣ ଅପସରିଯିବ। ବିବାଦରେ ବିଜୟୀ ହେବେ।

କୁମ୍ଭ: ଧନାଗମର ସୁଯୋଗ ଅଛି। ଚଞ୍ଚଳ ମନା ହେବେ। କୀର୍ତ୍ତିମାନ ହୋଇପାରନ୍ତି। ବ୍ୟକ୍ତିବିଶେଷରେ ପରିଗଣିତ ହେବେ। ମନ ପ୍ରଫୁଲ୍ଲ ରହିବ। ରୂପବାନ ହେବେ। ନୀତିରୁ ବିଚ୍ୟୁତ ନ ହେବା ଫଳରେ କେତେକଙ୍କ ବିରାଗ ଭାଜନ ହେବେ।

ମୀନ: କାର୍ଯ୍ୟରେ ଅଗ୍ରଗତି ଘଟିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ। ଉତ୍ତମ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories