ମେଷ: ଲାଗି ରହିଥବା ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମଚଞ୍ଚଳ ରହିପାରନ୍ତି। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ: ପିଙ୍ଗି ଦେଇଥିôବା ଦ୍ରବ୍ୟ କାମରେ ଆସିବ। ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ପ୍ରବାସ ପ୍ରିୟ, ଧର୍ମାତ୍ମା, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।
ମିଥୁନ: ଗୁପ୍ତଧନର ସନ୍ଧାନ ପାଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କର୍କଟ: ସାମୟିକ ଭାବେ ବିପଦର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇ ପାରନ୍ତି। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ। ଅହଂକାରୀ ହୋଇପାରନ୍ତି।
ସିଂହ: ମନ ବ୍ୟାକୁଳ ହୋଇପାରେ। ଶତ୍ରୁ ବୃଦ୍ଧି ହୋଇପାରେ। ବଦଖର୍ଚ୍ଚୀ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
କନ୍ୟା: ବୃଥା ଭ୍ରମଣ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ତୁଳା: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ବ୍ୟକ୍ତିତ୍ୱର ପାରାକାଷ୍ଠା ପ୍ରତିପାଦନ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିକର୍ମକାରୀ ଓ ଜଳପ୍ରତି ଆଦରପ୍ରେମୀ ହେବେ।
ବିଛା: ସାମୟିକ ଭାବେ ମାନସିକ ଭାରସାମ୍ୟ ରକ୍ଷା କରିବାକୁ ଅସମର୍ଥ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ମନ ପ୍ରସନ୍ନ ରହିବ। ଧର୍ମ ଧାରଣାରେ ବ୍ରତୀ ହେବେ। ଚଞ୍ଚଳ ପ୍ରକୃତିର ହେବେ। ମିଷ୍ଟଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ।
ଧନୁ: ଲୋଭଗ୍ରସ୍ତ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
ମକର: ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି।
କୁମ୍ଭ: ଚଞ୍ଚଳ ସ୍ୱଭାବର ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କୌଶଳପୂର୍ଣ୍ଣ କଥାଶୈଳୀରେ ଅଧସ୍ତନଙ୍କଠାରୁ କାର୍ଯ୍ୟ ହାସଲ କରିପାରନ୍ତି। ନୀତିନିଷ୍ଠ ହେବେ। ଧାର୍ମିକ ପ୍ରକୃତିର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ବିଦ୍ୟାବାନ ହେବେ।
ମୀନ: ଆୟ ଆଶାଜନକ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। କରିତ୍କର୍ମା ହେବେ।



