mission shakti banner

ରବିବାର ରାଶିଫଳ

nua o banner
0

ମେଷ: ଭ୍ରମଣ ଜନିତ ସୁଖ ମିଳିପାରେ। ଉଚ୍ଚ ଆଶା ଫଳବତୀ ହେବ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଚିତ୍ତ ପ୍ରସନ୍ନ ରହିବ। ଚଞ୍ଚଳଚେଷ୍ଟିତ ହେବେ। ମନ୍ତ୍ରଣାଦାତା ହେବେ।
ବୃଷ: ସୁଯୋଗ ଖୋଜିବାକୁ ଯାଇ ଦୁର୍ଯ୍ୟୋଗର ସାମ୍‌ନା କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ମନସ୍ତାପ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବିଚକ୍ଷଣ ହେବେ। ସର୍ବ ଜନାନୁରକ୍ତ ହେବାର ସୂଚନା ମିଳୁଛି।
ମିଥୁନ: ବନ୍ଧୁବର୍ଗରୁ ସହାୟତା ପାଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ପାରିବାରିକ ଦାୟିତ୍ୱ ବହନ କରିପାରନ୍ତି। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗର୍ରେ ମନୋନିବେଶ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ।
କର୍କଟ: ଆର୍ଥିକ ସମସ୍ୟା ଉପୁଜି ପାରେ। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ପଡ଼ିବ। ସତ୍‌କର୍ମରେ ନିୟୋଜିତ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ପ୍ରବଳ ଉତ୍ସାହ ଉଦ୍ଦିପନାରେ କାର୍ଯ୍ୟ କରିବେ।
ସିଂହ: ଉତ୍ତମ ଭୋଜନରେ ତୃପ୍ତି ଲାଭ କରି ପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଗୁରୁକୃପା ଲାଭ କରି ଅଶାନ୍ତି ଦୂର କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଧନାଦିଯୁକ୍ତ ହେବେ। ନୀରୋଗ ରହିପାରନ୍ତି।
କନ୍ୟା: କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତୁ। ମନରେ ଧର୍ମ ଭାବନା ଆସିପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ସୁ ସମ୍ବାଦ ପାଇ ଖୁସି ହେବେ। ସୁଖ ମିଳିବ।
ତୁଳା: ରାଜ ପୂଜାରେ ଯୋଗ୍ୟତା ଅର୍ଜନ କରିବେ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ନିଜର ହିତ ସାଧନ କରି ସୁଖ ଅନୁଭବ କରିବେ। ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।
ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁ ନାଶ କରି ଧନଭୋଗ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ତେଜୀୟାନ ହୋଇପାରନ୍ତି। ବାହୁରେ ପୀଡ଼ା ଉପୁଜି ପାରେ। ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ବାରମ୍ବାର ଚେଷ୍ଟାରେ ସଫଳ ହେବେ।
ଧନୁ: ସୁଖ ସମ୍ମାନ ଲାଭ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ଓ ଯାନବାହନ ସୁଖ ମିଳିପାରେ। ସରକାରୀ ଅନୁଦାନ ମିଳିପାରେ।
ମକର: ଆପଣଙ୍କ ପାଇଁ ଏକ ନୂତନ ପରିବେଶ ସୃଷ୍ଟି ହୋଇପାରେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ବ୍ୟୟ ଭାର ଅତ୍ୟଧିକ ହେବ। ମିତ୍ର, କ୍ଷେତ୍ର, ଶ୍ରମ, ଉତ୍ତମ ଯାନବାହନ ଆଦି ନାନା ସୁଖଭୋଗ କରିପାରନ୍ତି। ନିତ୍ୟାନନ୍ଦ ମିଳିପାରେ।
କୁମ୍ଭ: ଧନ ଲାଭ ହେବ। ଜଣେ ମହାନ୍‌ ବ୍ୟକ୍ତି ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ। ଆପଣଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ଦେବ-ଦ୍ୱିଜ ପରାୟଣ ହେବେ।
ମୀନ: କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କୁଶଳ ସମାଚାର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ।

Leave A Reply