ଗୁରୁବାର ରାଶିଫଳ

0

ମେଷ: ଅର୍ଥ କଷ୍ଟ ଦୂର ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ବିନୀତ ସ୍ୱଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। ମନ୍ତ୍ରଣା ଦାତା ହେବେ। କାବ୍ୟକର୍ତ୍ତା ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବୃଷ: ସମ୍ମାନିତ ହେବେ। ପ୍ରୀତିଲାଭ କରିପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ।
ମିଥୁନ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଶତ୍ରୁ ଉପରେ ଈର୍ଷାଭାବ ଆଣି ଦମନ କରିବାରେ ସିଦ୍ଧହସ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। କୀର୍ତ୍ତିମାନ ହେବେ।
କର୍କଟ: ଧୈର୍ଯ୍ୟର ସହ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି। ବିଜ୍ଞବ୍ୟକ୍ତିଙ୍କ ପରାମର୍ଶ ଉପାଦେୟ ହେବ। ଦୃଢ଼ ମନୋବଳ ଗ୍ରହଣ କରି କାର୍ଯ୍ୟ କରିବେ। ଶତ୍ରୁବିଜୟୀ ହୋଇପାରନ୍ତି। କ୍ଷମାଶୀଳ ହେବେ। ଧର୍ମମତି ହେବେ।
ସିଂହ: ମନ ପ୍ରଫୁଲ୍ଲିତ ହେବ। ନିଜକୁ କଳହ ମୁକ୍ତ ରଖିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କୃଷିକ୍ଷେତ୍ରରୁ ଆୟ ଆସିପାରେ। ଦେବ- ଦ୍ୱିଜ ଭକ୍ତ ହେବେ। ଶୁଚି ଓ ସୁଖୀ ହେବେ। ନିଜ ଅର୍ଜିତ ସମ୍ପତ୍ତି ଭୋଗ କରିବେ।
କନ୍ୟା: ଧର୍ମ ଭାବନାରୁ ଶାନ୍ତି ମିଳିବ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଭ୍ରମଣ ସୁଖ ମିଳିବ। ସୁସମ୍ବାଦ ପାଇ ଖୁସି ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବାହାରୁ ସମ୍ମାନ ମିିଳିବ।
ତୁଳା: ଲୋଭଗ୍ରସ୍ତ ହେବା ଆଶା କରାଯାଏ। ଅଯଥା ବ୍ୟୟ ହୋଇପାରେ। ତ୍ୟାଗଶୀଳ ହୋଇପାରନ୍ତି। ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ଓ ହୃଷ୍ଟ ଚିତ୍ତ ହେବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ସହିଷ୍ଣୁ ହେବେ।
ବିଛା: ପଦୋନ୍ନତି ମିଳିପାରେ। ସୁସ୍ଥ ରହିବେ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ଅର୍ଥାଗମର ସୂଚନା ମିଳୁଛି। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: ପାନମଧୁରୀ ଖାଇ ଯାତ୍ରା କଲେ ସଫଳତା ମିଳିବ। ସ୍ୱାଧୀନ ଭାବେ କିଛି ନ କରି ବଡ଼ ଥିଲେ ପଚାରି ଓ ସାନ ଥିଲେ ବିଚାରି କାର୍ଯ୍ୟ କରିବା ଭଲ। କର୍ମ ତତ୍ପର ହୋଇପାରନ୍ତି। ସର୍ବ ମଙ୍ଗଳ ଆଶାକରାଯାଏ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
ମକର: ଶତ୍ରୁ ସହିତ ମୁକାବିଲା ମନୋଭାବ ନେଇ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତି ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ।
କୁମ୍ଭ: ଆପଣଙ୍କ ଶ୍ରମ ସାର୍ଥକ ହେବ। କର୍ମଠ ହେବେ। ସରକାରୀ ଅର୍ଥ ମିଳିପାରେ। ଗୃହର ପରିବେଶ ପ୍ରଦୂଷଣ ମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧ ଧନ ମିଳିପାରେ। ଉତ୍ତମ ଗୁଣର ଅଧିକାରୀ ଓ ଧୈର୍ଯ୍ୟବାନ ହେବେ।
ମୀନ: ସୁଖ ସମ୍ମାନ ଲାଭ କରି ପାରନ୍ତି। ସତ୍‌ସଙ୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୌଭାଗ୍ୟ ଉଦୟ ହୋଇଛି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ।

Leave A Reply