www.samajalive.in
Sunday, December 14, 2025
14.1 C
Bhubaneswar

ଶନିବାର ରାଶିଫଳ (୦୪/୦୪/୨୦୨୦)

ମେଷ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ନିଜ ଅର୍ଜିତ ଧନ ଭୋଗ କରିବେ। ଶୀର୍ଷପଦକୁ ଯାଇପାରନ୍ତି। ଜଣେ ପରାମର୍ଶଦାତା ଭାବେ ସୁନାମ ଅର୍ଜନ କରିବେ। ସମୃଦ୍ଧିର ମୂଳଦୁଆ ପକାଇ ଆଗେଇବେ।

ବୃଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ବାଧା ଉପୁଜି ପାରେ। କଟୁ ବାକ୍ୟ ପ୍ରୟୋଗ କରି ସାଥି ଛଡ଼ା ହୋଇପାରନ୍ତି। ନୃତ୍ୟ,ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ଅର୍ଥ ମିିଳିପାରେ।

ମିଥୁନ: ଆଶୀର୍ବାଦ ପ୍ରାପ୍ତ ହେବେ। ଧନ ଲାଭ ସହିତ ସମ୍ମାନିତ ହେବାର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ମାନ-ସମ୍ମାନ ବୃଦ୍ଧି ହେବ। ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ସତ୍‍ପଥଗାମୀ ହେବେ। ଦାମ୍ପତ୍ୟ ସୁଖ ମିଳିବେ।

କର୍କଟ: ଗୋଳମାଳିଆ ପରିସ୍ଥିତିରେ ଉଧୁରି ଯିବେ। ଶ୍ରମ ସାର୍ଥକ ହେବ। ବହୁ ଶୁଭଫଳ ଆଶା କରାଯାଏ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। କୃଷିକ୍ଷେତ ପ୍ରତି ଧ୍ୟାନ େଦେବେ। ରାଜ ସୁଖ ଭୋଗ କରିପାରନ୍ତି। ମହିମା ପ୍ରକାଶ କରିବେ।

ସିଂହ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ-ପୂଜାରେ ବ୍ରତୀ ହେବେ। ବ୍ୟବସାୟ ଲାଭଜନକ ହେବ। ସୁଖ-ସମୃଦ୍ଧି ନୂଆ ରୂପ ନେବ। ମହତ୍‍ ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ। ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ପ୍ରଗାଢ଼ ହେବ।

କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟ ସ୍ଥଗିତ ରଖିବା ଭଲ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବେ।

ତୁଳା: ବନ୍ଧୁ ଦୂରେଇ ଯିବାକୁ ଚେଷ୍ଟା କଲେ ବି, ଆପଣଙ୍କ ହସ୍ତରେ ଡୋରି ରହିଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ଲାଭ ହେବ।

ବିଛା: ପ୍ରଥମେ ଅସହଯୋଗର ସମ୍ମୁଖୀନ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଅର୍ଥ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶତ୍ରୁ ପରାହତ ହେବ।

ଧନୁ: ପରାମର୍ଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଦୃଢ଼ ସଂକଳ୍ପକୁ ପାଥେୟ କରି କାର୍ଯ୍ୟରେ ଅଗ୍ରସର ହେବେ। ସମ୍ମାନିତ ହେବେ। ବୁଦ୍ଧିମତ୍ତାର ପରିଚୟ ଦେବେ। ବହୁ ସୁଖର ଅଧିକାରୀ ହେବେ। ପ୍ରଚୁର ଅର୍ଥ ପ୍ରାପ୍ତ ହେବେ।

ମକର: ବିଷମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଅଧିକ ଦାୟିତ୍ୱ ବହନ କରି ତା’ର ସୁପରିଚାଳନା କରିବେ। ବିନୀତ ସ୍ୱଭାବର ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଚେଷ୍ଟାରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ହସ-ଖୁସିରେ ସମୟ ବତାଇ ପାରନ୍ତି। ପଦୋନ୍ନତି ମିଳିବାର ସୁଯୋଗ ଅଛି। ଧର୍ମ କାର୍ଯ୍ୟ ସଂପାଦନ କରିବେ। ସୁଖୀ ହେବେ।

ମୀନ: ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। କାର୍ଯ୍ୟକ୍ରମ ଉତ୍ସାହ ବୋଧ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧାର୍ମିକ କାର୍ଯ୍ୟ ସଂପାଦନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିପାରନ୍ତି। ଧନଲାଭ ସହିତ ମିତ୍ର ଲାଭ କରିପାରନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories