www.samajalive.in
Sunday, December 14, 2025
26.1 C
Bhubaneswar

୧୭ ହଜାରରୁ ଅଧିକ ଉଠା ଦୋକାନୀଙ୍କୁ ଦିଆଗଲା ସହାୟତା

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଏ ପର୍ଯ୍ୟନ୍ତ ୧୭ ହଜାର ୯୫୧ ଜଣ ଉଠା ଦୋକାନୀଙ୍କୁ ୫ କୋଟି ୩୮ ଲକ୍ଷ ୫୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଲକ୍ ଡାଉନ୍ ଅବଧି ପାଇଁ କ୍ଷତିପୂରଣ ହିସାବରେ ପଞ୍ଜୀକୃତ ଉଠା ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମ୍ୟୁନିସିପାଲିଟି କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସେମାନଙ୍କ ଅଂଚଳରେ ଉଠା ଦୋକାନୀଙ୍କୁ ପଞ୍ଜୀକୃତ କରିବା ସହ ନଗଦ ଅର୍ଥ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, ଉଠା ଦୋକାନୀଙ୍କୁ ନଗଦ ଅର୍ଥ ବଣ୍ଟନ କାର୍ଯ୍ୟ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୫୩ଟି ସହରର ୧୭ ହଜାର ୯୫୧ ଜଣ ଉଠା ଦୋକାନୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡିଛି।

ଏହି ଅର୍ଥ ସମ୍ପୃକ୍ତ ପଂଜିକୃତ ଉଠା ଦୋକାନୀଙ୍କୁ ପ୍ରତ୍ୟେକ୍ଷ ଅର୍ଥ ସ୍ଥାନାନ୍ତରଣ ମାଧ୍ୟମରେ କରାଯାଇଛି ଏବଂ ବ୍ୟାଙ୍କ ଆକାଉଣ୍ଟ ନ ଥିବା ସ୍ଥଳେ ନଗଦ ଅର୍ଥ ପ୍ରଦାନ କରାଯାଉଛି। ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରି ସହରାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଆର୍ଥିକ ସହାୟତା ବଣ୍ଟନ କରାଯାଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories