www.samajalive.in
Saturday, December 13, 2025
23.1 C
Bhubaneswar

ଏହିରାଶିଙ୍କର ଆଜି ରାଜଯୋଗ

ମେଷ- କୃଷିକ୍ଷେତରୁ ଆମଦାନୀ ଆଶାନୁରୂପ ହେବ। ଯାନବାହନ ସୁଖ ମିଳିବ। ପଶୁ ଧନାଦିଯୁକ୍ତ ହେବେ। ନୀରୋଗ ଶରୀରସମ୍ପନ୍ନ ହେବେ। ଜନସେବକ ହେବେ। ଶତ୍ରୁ ବିଜୟୀ ହେବେ। ପୁଣ୍ୟଦେହୀ ହେବେ।

ବୃଷ- ସକଳ ଗୁଣଯୁକ୍ତ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସାହସୀ ଓ ବନ୍ଧୁପ୍ରିୟ ହେବେ। ଭୋଗପ୍ରିୟ ହେବେ। ରାସ୍ତାଘାଟରେ ସତର୍କ ରହିବେ। ଭେଦ ନୀତି ଗୁଣର ଆଧାର ହେବେ। ବନ୍ଧୁପ୍ରେମୀ ହେବେ।

- Advertisement -

ମିଥୁନ- ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ନିଜ ଲୋକମାନେ ପୈତୃକ ସମ୍ପତ୍ତି ନଷ୍ଟ କରିପାରନ୍ତି। ପତିପତ୍ନୀ ଉଭୟେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି।

କର୍କଟ- ଧନବାନ୍‌ ଓ ଗୁଣଜ୍ଞ ହେବେ। ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଶତ୍ରୁ ନାଶ କରିବାରେ ପାରଙ୍ଗମ ହେବେ। ତେଜୀୟାନ୍‌ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଭାଷା ମାର୍ଜିତ ହେବ।

ସିଂହ- ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। ଆଶ୍ରିତମାନଙ୍କର ଲାଳନପାଳନ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ଓ ଜ୍ଞାନୀ ହେବେ।

କନ୍ୟା- ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଅଜାତ ଶତ୍ରୁ ହୋଇପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା- ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଉତ୍ତମ ଗୁଣଯୁକ୍ତ ହେବେ। ସନ୍ମାର୍ଗୀ ହେବେ। ଭଣ୍ଡାର ପରିପୂର୍ଣ୍ଣ ହେବ। ନୃପତୁଲ୍ୟ ବଳବାନ୍‌ ହେବେ।

ବିଚ୍ଛା- ଶ୍ରେଷ୍ଠ ତଥା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାରେ ଦକ୍ଷତା ପ୍ରତିପାଦନ କରିବେ। ସତ୍‌ପଥଗାମୀ ହେବେ। ରାଜପୂଜା ମିଳିବ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ତେଜୀୟାନ୍‌ ହୋଇପାରନ୍ତି।

ଧନୁ- ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ସରକାରଙ୍କ କୋପ ଦୃଷ୍ଟି ପ୍ରତି ଉଚିତ୍‌ ଧ୍ୟାନ ଦେବେ। ଉତ୍ତମ ମିତ୍ରଙ୍କ ତରଫରୁ ସହାୟତା ମିଳିବ। ବହୁ ପୋଷକ ହେବେ।

ମକର- ସେବକ ତାଲିଭାଭୁକ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ପୁଣ୍ୟବାନ୍‌ ଓ ସୁଶୀଳ ହେବେ। ଶୁଦ୍ଧ ସ୍ବଭାବସମ୍ପନ୍ନ ହେବେ।

କୁମ୍ଭ- ବଳିଷ୍ଠ, ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସମସ୍ତ ପାପ ଓ କଳ୍ମଷର ବିନାଶ ହେବ। ତେଜଦୀପ୍ତ ହୋଇପାରନ୍ତି। ଗର୍ବହୀନ ହେବେ। ପ୍ରଭାବଶାଳୀ ହେବେ। ଧର୍ମ କଥାନୁରକ୍ତ ହେବେ।

ମୀନ- ହଠାତ୍ କିଛି ଅର୍ଥ ମିଳିପାରେ। ନିୟୋଜିତ କାର୍ଯ୍ୟ ଲାଭଦାୟକ ହେବ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ସର୍ବଦା ହାସ୍ୟ ମୁଖ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories