www.samajalive.in
Thursday, December 11, 2025
18.1 C
Bhubaneswar

ପାଣ୍ଡିଆନଙ୍କ ଗସ୍ତ ପରେ ଭଦ୍ରକ ରାଜନୀତି ଉଷ୍ମ

ଭଦ୍ରକ: ବୁଧବାର ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଭଦ୍ରକ ଜିଲା ଗସ୍ତ ପରେ ଉଷ୍ମ ହୋଇଛି ଦଳୀୟ ରାଜନୀତି। ଆରମ୍ଭ ହୋଇଛି ନେତାଙ୍କ ବୟାନବାଜି। ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ବୁଧବାର ଆରଡି, ଅସୁରାଳି ଓ ଭଦ୍ରକରେ ବିଜେଡି ସମାବେଶରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପାଇଁ ଶହଶହ କୋଟି ଟଙ୍କା ମଞ୍ଜୁର ହୋଇଥିବା ଘୋଷଣା କରିଥିଲେ। ଏଥିସହ ଅସୁରାଳି ସମାବେଶରେ କାହାରି ନାମ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାଣ କରିଥିଲେ। ପାଣ୍ଡିଆନଙ୍କ ଏହି ଭାଷଣ ପରେ ପ୍ରତିକ୍ରିୟାଶୀଳ ହୋଇଥିଲା ରାଜ୍ୟ ବିଜେପି। ଖାସକରି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ପାଣ୍ଡିଆନଙ୍କ ଭାଷଣ ଫମ୍ପା ମାଠିଆର ଶବ୍ଦ ବୋଲି ଦର୍ଶାଇ ଏକ ପ୍ରେସ ବାର୍ତା ଦେଇଥିଲେ।

ଏହି କ୍ରମରେ ଗୁରୁବାର ବିଜେପି ପକ୍ଷରୁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନିଶାଣରେ ନିଆଯାଇଛି। ଜିଲା ବିଜେପି କାର୍ଯ୍ୟାଳୟରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଆରୋପ କରିଛନ୍ତି ଯେ: ଉପନିର୍ବାଚନରେ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀ ‘ଧାମନଗର ଦାୟିତ୍ୱ ମୁଁ ନେଉଛି’ ବୋଲି କହିଥିଲେ। ଏଣୁ ଧାମନଗର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା କଥା। ୫ଟି ଅଧ୍ୟକ୍ଷ ଚାନ୍ଦବାଲି ଲାଗି ୩୫୦ କୋଟି, ଭଦ୍ରକ ଲାଗି ୨୫୦ କୋଟି ଟଙ୍କା ଘୋଷଣା କଲେ। ମାତ୍ର ଧାମନଗର ପାଇଁ କାହିଁକି ୧୦୦ କୋଟି ଟଙ୍କା ? ବୋଲି ସୂରଜ ପ୍ରଶ୍ନ କରିଛନ୍ତି। ଧାମନଗର କ’ଣ ସାବତ ପୁଅ କି ବୋଲି ସୂରଜ ସିଧା ପ୍ରଶ୍ନ ପଚାରିଛନ୍ତି। ଏଥିସହ ଧାମନଗର ବନ୍ୟା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ୨ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସୂରଜ ଦାବି ରଖିଛନ୍ତି। ୭ଟି ଏସକେପକୁ ପୋତି ଧାମନଗରକୁ ବନ୍ୟାମୁକ୍ତ କରିବା ଲାଗି ଏହି ପ୍ୟାକେଜ ଘୋଷଣା ହେବା ଜରୁରୀ ବୋଲି ବିଧାୟକ ସୂରଜ କହିଛନ୍ତି।

- Advertisement -

ସେହିଭଳି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ଜିଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର କହିଛନ୍ତି ଯେ; ୨୩ ବର୍ଷ ହେଲା ରାଜ୍ୟ ସରକାର ଭଦ୍ରକ ଜିଲାକୁ ପ୍ରତାରଣା କରି ଚାଲିଛନ୍ତି। ଗତ ନିର୍ବାଚନରେ ବିଜେଡି ମେଡିକାଲ କଲେଜ ସ୍ଥାପନ, ବିଶ୍ୱବିଦ୍ୟାଳୟ ସ୍ଥାପନର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୫ଟି ଅଧ୍ୟକ୍ଷ ତାଙ୍କ ଗସ୍ତ କାଳରେ ଏହି ଘୋଷଣା କଲେ ନାହିଁ। ପଡୋଶୀ କେନ୍ଦୁଝର, ଯାଜପୁର, ବାଲେଶ୍ୱର ଜିଲାରେ ମେଡିକାଲ କଲେଜ ସରକାର ସ୍ଥାପନ କରିଥିବା ବେଳେ ଭଦ୍ରକ କାହିଁକି ବାଦ ପଡ଼ିଲା ତା’ର ଜବାବ ପାଣ୍ଡିଆନ ଦିଅନ୍ତୁ ବୋଲି ଶ୍ରୀ ରାୟ ମହାପାତ୍ର କହିଛନ୍ତି। କଂଗ୍ରେସ ସରକାରର ଜାନକୀ ବଲ୍ଲଭ ପଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଧାମରା ବନ୍ଦରର ପରିକଳ୍ପନା ଓ ଶୁଭ ଦିଆଯାଇଥିଲା। ଗଲା ୨୩ ବର୍ଷ ଭିତରେ ଜିଲାରେ ଛୁଞ୍ଚି କାରଖାନାଟିଏ ବି ହୋଇପାରିଲା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିଭଳି ବୈତରଣୀର ଡାହାଣ ପାର୍ଶ୍ବ (ଯାଜପୁର ଜିଲା ପାର୍ଶ୍ବ)ର ନଦୀବନ୍ଧ ଭଦ୍ରକ ଜିଲା ପାଇଁ କାଳ ହେଉଛି। ଏକଥା ଜାଣି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଭଦ୍ରକ ଜିଲା ଲାଗି କୌଣସି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିଆଯାଉନାହିଁ ବୋଲି ଶ୍ରୀ ମହାପାତ୍ର ଆରୋପ କରିଛନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories