www.samajalive.in
Wednesday, December 10, 2025
18.1 C
Bhubaneswar

୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର

ଓଡ଼ିଶା ବିଶ୍ବବିଦ୍ୟାଳୟ
୨୦ଲକ୍ଷ ଟଙ୍କା ପାଇଁ ଆୟୋଜନ
କଟକ, ୩୧।୧୨।୩୩:ସାହେବଙ୍କ ଓଡ଼ିଶା ଶାସନ କମିଟି ରିପୋର୍ଟ ବାହାରି ଯିବା ପରେ ଦେଶର ଶିକ୍ଷିତ ଲୋକଙ୍କ ମନରେ ସୁଦ୍ଧା ଭାରି ବିରକ୍ତି ଦେଖାଦେଇଛି। ଦେଶର ବର୍ତ୍ତମାନ ଅବସ୍ଥା, ଫସଲ ଉପରେ ବିପତ୍ତି, ଓଡ଼ିଶା ବ୍ୟବସାୟର ଦୁର୍ଗତି ଭିତ​‌େ​‌ର ନୂଆ ପ୍ରଦେଶର ଶାସନ ବୋଝ ଯେ କି ଅବସ୍ଥା ଘଟେଇବ, ସେହି କଥା ନେଇ ଅନେକ ଭାବନା କଲେଣି। ଓଡ଼ିଶା ଲୋକ ନିଜ ପାଣ୍ଠିରୁ କାଢ଼ି ଚଞ୍ଚଳ ବିଶ୍ବବିଦ୍ୟାଳୟ କରନ୍ତୁ ବୋଲି କମିଟି ଆଶାବାଦୀ ଅଛି। ଏହି ସୁପାରିଶରୁ ଇଙ୍ଗିତ ପାଇ ରେଭେନ୍ସା କଲେଜର କେତେଜଣ ଅଧ୍ୟାପକ ଖାସ୍ ଓଡ଼ିଶାର ଓ ଗଡ଼ଜାତ ଓଡ଼ିଶାର ରାଜା, ଜମିଦାର ପ୍ରଭୃତିଙ୍କଠାରୁ ୨୦ଲକ୍ଷ ଟଙ୍କା ସଂଗ୍ରହ କରିବାର ବିଚାର ବାନ୍ଧିଥିବାର ଜଣାଯାଏ।
ମଣିଷ ପେଟରେ ମାଙ୍କଡ଼
ଦେଖିବା ପାଇଁ ଧାଁ ଧପଡ଼
କରାଚି, ୩୦।୧୨।୩୩: ‘ସିନ୍ଧସେବକ’ କାଗଜର ସିୱାନ୍‌ ସମ୍ବାଦଦାତା ଜଣାଇଛନ୍ତି ଯେ, ନିକଟବର୍ତ୍ତୀ ଗୋଟାଏ ଗାଁର ଜଣେ ସ୍ତ୍ରୀ ଲୋକ ପେଟରୁ ଦୁଇଟା ମାଙ୍କଡ଼ଛୁଆ ଜନ୍ମ ହୋଇଛି। ସେ ଛୁଆ ଦୁଇଟାର ଲାଞ୍ଜ ୬ ଇଞ୍ଚ ଲମ୍ବ। ଏ ଖବର ପାଇ ଚାରିଆଡ଼ୁ ଲୋକ ଏ ଅଦ୍ଭୁତ ଛୁଆ ଦେଖିବା ପାଇଁ ଧାଇଁଛନ୍ତି।
ବାଲ୍ୟ ବିବାହ
ପଟ୍ଟାମୁଣ୍ଡାଇ, ୩୦।୧୨।୩୩: ପଟ୍ଟାମୁଣ୍ଡାଇ ଥାନା ମଧ୍ୟରେ ଗତ ମାର୍ଗଶୀର ମାସର ବିବାହ ଲଗ୍ନମାନଙ୍କରେ କେତେକ ବାଲ୍ୟବିବାହ ହୋଇଯାଇଛି। ବର୍ତ୍ତମାନ ମଧ୍ୟ ଆସନ୍ତା ମାଘ ମାସ ଲଗ୍ନମାନଙ୍କରେ ଅନେକ ବାଲ୍ୟବିବାହ ହେବାର ସ୍ଥିର ହେଲାଣି। ଲୋକଙ୍କୁ ଅନେକ ପ୍ରକାର ବୁଝାଇବା ସତ୍ତ୍ବେ ସେମାନେ ମାନୁନାହାନ୍ତି। ଏ ବିଷୟରେ ‘ନାରୀମଙ୍ଗଳ’ ସମିତିକୁ ବିଶେଷ ଅନୁରୋଧ କରୁ କି ସେମାନେ ମାଘ ମାସ ପୂର୍ବରୁ ବିଶେଷ ଉପାୟ କରନ୍ତୁ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories