www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ଦେଇ ଯିବ ଅମୃତ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଓଡ଼ିଶା ଦେଇ ଚାଲିବ ଅମୃତ ଭାରତ ଏକ୍ସପ୍ରେସ୍‌। ଏହି ରେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶରେ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ଥିବାବେଳେ ପ୍ରଥମଟି ବିହାରର ଦରଭଙ୍ଗାରୁ ଅ‌ଯୋଧ୍ୟା ହୋଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟଟି ପଶ୍ଚିମବଙ୍ଗର ମାଲଦାରୁ ବାହାରି ଓଡ଼ିଶା ଦେଇ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ। ଏହି ଏକ୍ସପ୍ରେସ୍‌ ଭାୟା ଖଡଗପୁର, ବାଲେଶ୍ବର ଓ ବ୍ରହ୍ମପୁର ହୋଇ ବେଙ୍ଗାଲୁରୁ ଚାଲିବ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ଭାବେ ଦୁଇଥର ମାଲଦାରୁ
ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ଦ୍ବିତୀୟ ଅମୃତ ଭାରତ ଏକ୍ସପ୍ରେସ। ଓଡ଼ିଶାରେ ଜଳେଶ୍ବର, ସୋର, ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ବର, ‌େ‌ଖାର୍ଦ୍ଧା ରୋଡ଼ ଏବଂ ବ୍ରହ୍ମପୁର ଷ୍ଟେସନରେ ରହଣି କରିବ। ୩୦ ତାରିଖରେ ପଶ୍ଚିମବଙ୍ଗର ମାଲଦାରୁ ବାହାରି ଭଦ୍ରକରେ ରାତିରେ ପହଞ୍ଚିବ। ୩୧ ତାରିଖ ସକାଳୁ କଟକ ରେଳ ଷ୍ଟେସନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଘଣ୍ଟା ପ୍ରତି ୧୩୦କି.ମି ବେଗରେ ଚଳାଚଳ କରିବାକୁ ଉକ୍ତ ଏକ୍ସପ୍ରେସ୍‌କୁ ଅନୁମତି ମିଳିଛି। ଏହି ରେଳରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବ। ରେଳଗାଡି ଷ୍ଟାର୍ଟ କରି ଗଡିବା ଏବଂ ବ୍ରେକ୍ ମାରିବା ସମୟରେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ, ଯାହାକି ଅନ୍ୟ ରେଳଗୁଡିକରେ ଷ୍ଟାର୍ଟ ମାରି ଗଡିବା ଏବଂ ବ୍ରେକ୍ ମାରିବା ସମୟରେ ଯାତ୍ରୀଙ୍କୁ ଝଟକା ଲାଗୁଥିଲା। ଏହି ରେଳର ସମସ୍ତ କୋଚଗୁଡିକ ଅଣ ଶୀତତାପ ନିୟନ୍ତ୍ରଣ(ନନ୍‌-ଏସି) ଥିବାବେଳେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ରହିଛି। ଦୁର୍ଘଟଣାକୁ ରୋକିବା ପାଇଁ ଉକ୍ତ ଏକ୍ସପ୍ରେସ୍‌ରେ କବଚ ସଂଯୋଗ କରାଯାଇଛି। ପୁଶ୍‌-ପୁଲ୍‌ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ବଦେଶୀ ରେଳଗାଡି ଖୁବ୍ କମ ସମୟ ମଧ୍ୟରେ ପିକଅପ୍ ଏବଂ ବ୍ରେକ କରି ପାରିବ। ଚାଳକ ଚାହିଁଲେ ଏହାର ଗତି ଶୀଘ୍ର ବଢାଇ ପାରିବେ ଏବଂ କମାଇ ପାରିବେ। ଦ୍ବିତୀୟ ଅମୃତ ଭାରତ ଏକ୍ସପ୍ରେସ୍‌ରେ ସବୁ କୋଚ ସାଧାରଣ କୋଚ ଥିବାବେଳେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି।
ଯାତ୍ରୀଙ୍କ ପାଇଁ ମୋବାଇଲ ଚାର୍ଜ ବ୍ୟବସ୍ଥା ଥିବାବେଳେ ପାଣି ବୋତଲ ରଖିବା, ଖାଦ୍ୟ ଖାଇବା ପାଇଁ ଫୋଲଡିଂ ଟେବୁଲ ଏବଂ ଉନ୍ନତ ଶୌଚାଳୟ ଉପଲବ୍ଧ। ଶୌଚାଳୟରେ କମ ପାଣି କିପରି ବ୍ୟବହାର କରାଯାଇ ପାରିବ ସେ ସୁବିଧା ରହିଛି। ଏଲଇଡି ଆଲୋକ ସଂଯୋଗ ବ୍ୟବସ୍ଥା ଥିବାବେଳେ ଜିନିଷପତ୍ର ରହୁଥିବା ସ୍ଥଳରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି। କୋଚକୁ କୋଚ ଏପରି ସଂଯୋଗ କରାଯାଇଛି ଯେ, କୌଣସି ପରିସ୍ଥିତିରେ ବି ସଂଯୋଗ କଟିବ ନାହିଁ। ସିଟ୍‌ଗୁଡିକ ଆଧୁନିକ ପ୍ରଣାଳୀରେ ତିଆରି ହୋଇଛି। ଏହି ରେଳ‌ରେ ୧୮୩୪ ଯାତ୍ରୀ ଯାତାୟାତ କରିବାର ସୁବିଧା ରହିଛି। ସୂଚନାଯୋଗ୍ୟ, ଓଡ଼ିଶାକୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ମିଳିଥିବା ବେଳେ ଅମୃତ ଭାରତ ଏକ୍ସପ୍ରେସ ଚଳାଚଳର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଗୁରୁତ୍ବ ଦିଆଯାଇଛି।
.

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories