ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇ ପାରନ୍ତି- ଶୁକ୍ରବାର ରାଶିଫଳ

ମେଷ- ସେବା ପରାୟଣ ମନୋଭାବର ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଉଦ୍ରେକ ହୋଇପାରେ। କର୍ମଚଞ୍ଚଳ ରହିବେ।

ବୃଷ- ଚାକିରି କ୍ଷେତ୍ରରେ ଗ୍ରାମାଞ୍ଚଳ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଅତି ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ବାହ୍ୟ ଖର୍ଚ୍ଚ କମ୍‌ କରିବେ।

ମିଥୁନ- ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ।

କର୍କଟ- ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିତ୍ବଯୁକ୍ତ ହୋଇପାରନ୍ତି। ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ସିଂହ- ଅନୁଜମାନଙ୍କଠାରୁ ଭକ୍ତିଭାବର ସମ୍ମାନ ମିଳିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ଅର୍ଥ ଉପାର୍ଜନ ପାଇଁ ବିଦେଶ ଗସ୍ତ କରିପାରନ୍ତି। ଗୁଣଜ୍ଞ ହେବେ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି।

କନ୍ୟା- ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଯବାନମାନଙ୍କ ରଣକୌଶଳ ପ୍ରୟୋଗରେ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଭୋଜନ ସୁସ୍ବାଦୁ ହେବ। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ।

ବିଚ୍ଛା- ଏକାନ୍ତ ସାଧନା ଫଳବତୀ ହେବ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ସାହସୀ, ଜ୍ଞାନୀ ଓ କ୍ରୋଧୀ ହେବେ।

ଧନୁ – ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।

ମକର -କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦଲାଲ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହଭାବ ରହିବ।

କୁମ୍ଭ – ଭାଗ୍ୟଶାଳୀ ହୋଇପାରନ୍ତି। ସମ୍ପୂର୍ଣ୍ଣ ଜୀବନ ଭୋଗ ବିଳାସରେ ବିତାଇ ପାରନ୍ତି। ସୁଖସମୃଦ୍ଧିପୂର୍ଣ୍ଣ ଦିନଟି ଆଜି। ଧର୍ମାତ୍ମା, ପ୍ରବସାପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ।

ମୀନ- ଈର୍ଷାଳୁ ସ୍ବଭାବସମ୍ପନ୍ନ ହେବେ। କଥାବାର୍ତ୍ତା ବାଚାଳତା ସଦୃଶ ହୋଇପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ।

Comments are closed.