ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି। ଆଜି ଅପରାହ୍ନରେ ସେ ନିଜ ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଫରେଷ୍ଟ ଗାର୍ଡ ବିନାୟକ ଏକ ବ୍ୟାଗରେ ଟଙ୍କା ନେଇଁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ।
ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିବା ପ୍ରଶ୍ନ ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ସାଙ୍ଗରେ ଆଣି ନବରଙ୍ଗପୁର ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ରଖାଯାଇ ଅଧିକ ତଦନ୍ତ କରୁଛନ୍ତି। ଏହା ସହିତ ନବରଙ୍ଗପୁର ସହରସ୍ଥିତ ରାଜୁସାହିରେ ଥିବା ତାଙ୍କ ଭଡା ଘରେ ମଧ୍ୟ ଚଢାଉ ଜାରି ରହିଛି। ତେବେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Comments are closed.