www.samajalive.in
Friday, December 12, 2025
14.1 C
Bhubaneswar

ହରଭଙ୍ଗାରେ ବ୍ଳକ ସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁରୁବାର ପୁରୁଣାକଟକ ମିନିଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବ୍ଳକ ଅଧକ୍ଷ୍ୟା ସ୍ନେହଲତା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବ୍ଳକ ଉପାଧକ୍ଷ୍ୟ ସରୋଜ କୁମାର ପ୍ରଧାନ , ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ପିତାମ୍ବରପୁର ସରପଞ୍ଚ ଅଜିତ କୁମାର ବାରିକ, କରଂଜକଟା ସରପଞ୍ଚ ନିହାର ଘୋଷ ଯୋଗଦେଇଥିଲେ।

କ୍ରୀଡା ଉତ୍ସବ ଉଦଘାଟନ ପୁର୍ବରୁ ମାଭୈରବୀଙ୍କ ପିଠରେ ପୁଜାର୍ଚ୍ଚନା କରିବାପରେ ମାଙ୍କ ପିଠରୁ ମଶାଲ ଶୋଭାଯାତ୍ରା ବାହାରି ଷ୍ଟାଡିୟମଠାରେ ପହଞ୍ଚିବା ପରେ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। କ୍ରୀଡା ପ୍ରତିଯୋଗିତାରେ ବ୍ଳକର ସମସ୍ତ ପଞ୍ଚାୟତ ଗୁଡିକରୁ ପ୍ରତିଯୋଗିମାନେ ସାମିଲ ହୋଇଥିଲେ। କ୍ରୀଡାକୁ ବ୍ଳକର ବିଭିନ୍ନ ବିିଦ୍ୟାଳୟ ଗୁଡିକର ଖେଳ ଶିକ୍ଷକମାନେ ପରିଚାଳନା କରିଥିଲେ। ଏହି ଉତ୍ସବ ଆସନ୍ତା ୮ ତାରିଖରେ ଉଦଯାପିତ ହେବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories