www.samajalive.in
Monday, December 15, 2025
14.1 C
Bhubaneswar

୬ ଜାନୁୟାରୀ, ୧୯୩୪ ସମାଜରେ ବାହାରିଥିବା ଖବର

ସମ୍ବଲପୁର ସମ୍ବାଦ
ବାଲ୍ୟବିବାହ ବନ୍ଦ
ରମ୍ପେଲା, ୪।୧।୩୪:ଗଲା ୩୧ତାରିଖ ବାଲ୍ୟବିବାହ ନିରୋଧ ପାଇଁ ଗଢ଼ାଯାଇଥିବା ସଂଘର ଏକ ବୈଠକ ହୋଇଥିଲା। ରମ୍ପେଲା, ରମେଲା, ଚାରପାଲି, ପଟାପାଲି ପ୍ରଭୃତିରୁ ପ୍ରତିନିଧିମାନେ ଆସି ଯୋଗ ଦେଇଥିଲେ। ଚାରପାଲିର ଜଣେ ଲୋକର ୯ବର୍ଷର କନ୍ୟା ବାଲିଜଂଘାର ଜଣକର ୧୧ବର୍ଷର ପୁଅ ସଙ୍ଗେ ବିବାହ ହୋଇଥିବାରୁ ତାଙ୍କ ସାଙ୍ଗରେ ନାଲିସ କରିବାର ବିଚାର କଲେ।
ଖାଦ୍ୟାଭାବରେ ଆତ୍ମହତ୍ୟା
ଫରିଦପୁର, ୪।୧।୩୪:ଏ ଜିଲାର ସାକେଲ ଗ୍ରାମର ଜବର ମିଆଁ ନାମକ ୩୦ ବର୍ଷର ଜଣେ ଯୁବକ ପହିଲାଦିନ ଦୁଇଟାବେଳେ ଗୋଟିଏ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ଗୋଟିଏ ଗାଈ ଜଗା ପିଲା ଗାଈ ଖୋଜୁଖୋଜୁ ଏହାକୁ ଦେଖି ତା’ର ଆତ୍ମୀୟ ସ୍ବଜନମାନଙ୍କୁ କହିଲା। ସେମାନେ ଆସି ଦୌଡ଼ି କାଟିଦେଲେ, ମାତ୍ର ଶବ ଦେହରେ ପ୍ରାଣ ନଥିଲା। ନିଜର ପରିବାରକୁ ଆବଶ୍ୟକ ପରିମାଣର ଖାଦ୍ୟ ଯୋଗାଇବା ପାଇଁ ଅସମର୍ଥ ହୋଇ ଯୁବକଟି ଏପରି ଆତ୍ମହତ୍ୟା କରିଥିବାର ଜଣାଯାଏ।
ଭାରତୀୟ ସୈନ୍ୟବିଭାଗୀୟ ବିଦ୍ୟାଳୟ
ନିଉଦିଲ୍ଲୀ, ୩।୧।୩୪:ଡେରାଡୁନ୍‌ଠାରେ ଖୋଲା ହୋଇଥିବା ସାମରିକ ଶିକ୍ଷା ସ୍କୁଲରେ କେତେଜଣ ଛାତ୍ର ରହିବାର ବ୍ୟବସ୍ଥା ହୋଇଛି ଠିକ୍ ସେତିକି ଛାତ୍ର ଯେପରି ସବୁବେଳେ ରହନ୍ତି, ସେଥିପାଇଁ ବିଶେଷ ନଜର୍ ଦିଆଯାଉଛି। କୌଣସି ଛାତ୍ର କୌଣସି କାରଣରୁ ସ୍କୁଲ ଛାଡ଼ି ଚାଲିଗଲେ, ଅବିଳମ୍ବେ ତାଙ୍କ ଖାଲି ସ୍ଥାନରେ ଅଧେ ଛାତ୍ର ନିଆଯିବାର ବ୍ୟବସ୍ଥା ହେଉଛି।
ସଙ୍ଗେସଙ୍ଗେ ଦର ବଢ଼ିଲା
ବମ୍ବେ, ୪।୧।୩୪:ଆଜି ଏଠାରେ ଭାରତ-ଜାପାନ ଚୁକ୍ତି ପହଞ୍ଚିବା ମା​‌େ​‌ତ୍ର ତୁଳା ବଜାରରେ ଦର ବଢ଼ିଗଲା। ଦିନକ ଭିତରେ ୫୦ହଜାର ଗାଣ୍ଠି ତୁଳା ଚଢ଼ା ଦରରେ ବିକ୍ରି ହୋଇଗଲା। ତୁଳା ବେପାରୀଙ୍କ ମନରେ ଅବଶ୍ୟ ଆନନ୍ଦ ଆସୁଛି, କିନ୍ତୁ କଳ ଲୁଗାବାଲାଙ୍କର ଏଥିରେ ଖୁସି ନାହିଁ। ସେ କହୁଛନ୍ତି ଯେ ବିଲାତ ଲଙ୍କାଶାୟାର ବାଲା ଭାରତକୁ ଘାଟରେ ପକାଇ ଭଲ ସୁବିଧା କରିନେଲେ। କପଡ଼ା କାରବାରରେ ବିଲାତର ଲାଭ ନିଖୁଣ ରହିଲା, ଅଥଚ ଭାରତର କପଡ଼ା କାରବାରରେ ଜୋର୍ ପ୍ରତିଯୋଗିତା ହେବ। ଭାରତର ଲାଭ ଅତି ସାମାନ୍ୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories