www.samajalive.in
Thursday, December 11, 2025
18.1 C
Bhubaneswar

କ୍ୟାରିୟରର ତୃତୀୟ ହାଟ୍ରିକ ନେଇ ଇତିହାସ ରଚିଲେ ରଶିଦ ଖାନ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ ବସ୍ ଲିଗରେ ବୁଧବାର ଆଫଗାନିସ୍ତାନର ଲେଗ ସ୍ପିନର ରଶିଦ ଖାନ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛନ୍ତି। ଏଠାରେ ବିଗ ବସ୍ ଲିଗର ୨୭ତମ ମ୍ୟାଚରେ ଡିଲେଡ୍ ଷ୍ଟ୍ରାଇକସ୍ ଓ ସିଡ଼ନୀ ସିକ୍ସର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରଶିଦ ଏଡିଲଡ ଷ୍ଟ୍ରାଇକରସ୍ ତରଫରୁ ଖେଳି ହାଟ୍ରିକ ୱିକେଟ ନେଇଛନ୍ତି। ଏହାକୁ ମିଶାଇ ସେ ତାଙ୍କ ଟ୍ବେଣ୍ଟି-୨୦ କ୍ୟାରିୟରରେ ତିନିଥର ହାଟ୍ରିକ ୱିକେଟ ନେଇଛନ୍ତି। ରଶିଦ ୪ ଓଭରରେ ମାତ୍ର ୨୨ ରନ ଦେଇ ୪ଟି ମହତ୍ବପୂର୍ଣ୍ଣ ୱିକେଟ ହାସଲ କରିଛନ୍ତି।
ଏହାପୂର୍ବରୁ ସେ ୨୦୧୭ରେ ଜମାଇକା ଥଲାଇବାଜ ବିପକ୍ଷରେ କ୍ୟାରିବିୟନ ପ୍ରିମିୟମ୍ ଲିଗର ଏକ ମ୍ୟାଚରେ ହାଟ୍ରିକ୍ ନେଇଥିଲେ। ସେହିଭଳି ପୂର୍ବରୁ ତିନି ଥର ହାଟ୍ରିକ ୱିକେଟ ନେବାର ରେକର୍ଡ ନିଜ ନାମରେ କରିଥିବା ଖେଳାଳିମାନେ ହେଉଛନ୍ତି…..
ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା, ଅଷ୍ଟ୍ରେଲିଆର ଆଣ୍ଡ୍ରୁ ଟାଇ, ୱେଷ୍ଟଇଣ୍ଡିଜର ଆଣ୍ଡ୍ରେ ରଶେଲ ଏବଂ ପାକିସ୍ତାନର ମହମ୍ମଦ ସାମି। ଏହି ସୂଚିରେ ରଶିଦ ଖାନ ପଞ୍ଚମ ସ୍ତାନରେ ରହିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories