www.samajalive.in
Saturday, December 13, 2025
27.1 C
Bhubaneswar

ମୁଜାଫରପୁର ଆଶ୍ରୟ ଗୃହ ମାମଲା : ପିଲାମାନଙ୍କୁ ହତ୍ୟା ନେଇ କୌଣସି ପ୍ରମାଣ ନାହିଁ

 

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟ ଗୃହରେ ପିଲାମାନଙ୍କୁ ହତ୍ୟା କରାଯିବା ନେଇ କୌଣସି ପ୍ରମାଣ ମିଳି ନାହିଁ ବୋଲି ସିବିଆଇ ସୁପ୍ରିମକୋର୍ଟଙ୍କୁ କହିଛି । ଏହି ତଦନ୍ତକାରୀ ସଂସ୍ଥା ସର୍ବୋଚ୍ଚ ଅଦାଲତକୁ ଜଣାଇଛି ଯେ, ସେଠାରୁ ଦୁଇଟି କଙ୍କାଳ ମିଳିଥିଲା। କିନ୍ତୁ ଫରେନସିକ ଯାଞ୍ଚରୁ ଜଣାପଡିଛି ଯେ, ଏହି କଙ୍କାଳ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କର।
ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ଥିତାବସ୍ଥା ରିପୋର୍ଟକୁ ମଞ୍ଜୁର କରିଛନ୍ତି ଏବଂ ଘଟଣାର ତଦନ୍ତ କରୁଥିବା ଦୁଇଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି । ଅଟର୍ଣ୍ଣି ଜେନେରାଲ କେ.କେ ବେଣୁ ଗୋପଳ କହିଛନ୍ତି, ପିଲାମାନଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରାଯାଇ ସେ ସମ୍ବନ୍ଧିତ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି।
ତେବେ ଯେଉଁ ପିଲାମାନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା, ପରେ ସେମାନେ ଜୀବୀତ ଥିବା ଜଣାପଡିଥିଲା ବୋଲି ଶ୍ରୀ ବେଣୁଗୋପଳ କହିଛନ୍ତିି।
ସେ କହିଥିଲେ ଯେ ସିବିଆଇ ବିହାରର ୧୭ଟି ଆଶ୍ରୟ ଗୃହ ମାମଲା ସଂପର୍କରେ ଯାଞ୍ଚ କରିଛି । ସେଥିମଧ୍ୟରୁ ୧୩ଟି ଘଟଣାରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ପ୍ରମାଣ ଅଭାବରୁ ପ୍ରଥମିକ ତଦନ୍ତ ପରେ ଅନ୍ୟ ୪ଟି ଘଟଣାର ତଦନ୍ତ ବନ୍ଦ କରି ଦିଆଯାଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories