ରାସଗୋବିନ୍ଦପୁର : ପରକୀୟା ପ୍ରୀତି ପାଇଁ ଜନୈକ ବିବାହିତ ଯୁବକକୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କରାଯିବା ଘଟଣା ରାସଗୋବିନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ବଧିମୁହଁ ଗ୍ରାମର ସରୋଜ ସିଂଙ୍କ ପୁଅ ବାସୁଦେବ(୪୦)ଶନିବାର ରାତିରେ କୁଆଡ଼େ ପଡୋଶୀ ଜଗନ୍ନାଥ ସିଂଙ୍କ ଘରକୁ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରବେଶ କରିଥିଲା। ଜଗନ୍ନାଥ ଶୋଇଥିବା ବେଳେ ବାସୁଦେବ ସଂପର୍କୀୟ ଭାଉଜ ଭାବି ଜଗନ୍ନାଥଙ୍କ ପାଦକୁ ଟାଣିଥିଲେ। ଜଗନ୍ନାଥ ହଠାତ୍ ଉଠିପଡି ବାସୁଦେବଙ୍କୁ ଧରିନେବା ସହିତ ପରିବାର ଲୋକଙ୍କୁ ଡାକି ଉଠାଇଥିଲେ। ଜଗନ୍ନାଥ ଏବଂ ତାଙ୍କ ସ୍ତ୍ରୀ ରେବତୀ ସିଂ ଦୁହେଁ ମିଶି ବାସୁଦେବକୁ ଉତ୍ତମମଧ୍ୟମ ଦେବା ସହିତ ଘର ସମ୍ୁଖରେ ଥିବା ଏକ ଗଛରେ ବାନ୍ଧି ପକାଇଥିଲେ। ରାତିରେ ଜଗନ୍ନାଥ ସିଂ ପଡୋଶୀଙ୍କୁ ଡାକି ଘଟଣା ସଂପର୍କରେ ଅବଗତ କରିବା ସହିତ ବାସୁଦେବଙ୍କ ଘରକୁ ମଧ୍ୟ ଖବର ଦେଇଥିଲେ। ଅତ୍ୟଧିକ ଥଣ୍ଡାରେ ଗଛରେ ବାନ୍ଧି ରଖି ପିଟାମରା କରିବା କାରଣରୁ ବାସୁଦେବଙ୍କ ମୃତ୍ୟୁ ହୋଇଯାଇଥିଲା। ରବିବାର ସକାଳେ ସ୍ଥାନୀୟ ଅମରଦା ଫାଣ୍ଡି ପୁଲିସ ଘଟଣା ସଂପର୍କରେ ଜାଣି ଘଟଣାସ୍ଥଳରେ ପହଞ୍ଚି ରାସଗୋବିନ୍ଦପୁର ଥାନାକୁ ସୂଚନା ଦେଇଥିଲେ। ଥାନା ଆଇଆଇସି ରେଣୁବାଳା ସାହୁ ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଅଭିଯୁକ୍ତ ଜଗନ୍ନାଥ ଓ ରେବତୀ ପୁଲିସ ଠାରେ ସମସ୍ତ ତଥ୍ୟ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମୃତ ବାସୁଦେବ ସଂପର୍କୀୟ ଭାଉଜ ରେବତୀକୁ ପାଇବା ପାଇଁ ଜଗନ୍ନାଥଙ୍କ ଘରେ ପ୍ରବେଶ କରିଥିବା ଜଣାପଡିଛି। ସେତେବେଳେ ଉକ୍ତ ଘଟଣା ଆପୋଷ ସମାଧାନ କରି ଦିଆଯାଇଥିବା ଅଭିଯୁକ୍ତ ଜଗନ୍ନାଥଙ୍କ ସ୍ୱୀକାରୋକ୍ତିରୁ ଜଣାପଡିଛି। ତେବେ ପୁଲିସ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ପ୍ରକ୍ରିୟା ଚାଲୁରହିଛି। ପରକୀୟା ପ୍ରୀତି ପାଇଁ ଯୁବକର ଜୀବନ ଯାଇଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ପରକୀୟା ପ୍ରୀତି ହେଲା କାଳ ; ଗଛରେ ବାନ୍ଧି ଯୁବକକୁ ପିଟିପିଟି ହତ୍ୟା ଅଭିଯୋଗ
Popular Categories



