ବିଜେପି ବିଧାୟକ ଏବଂ ପୁଅ ନାମରେ ବଳାତ୍କାର ଅଭିଯୋଗ, ପୀଡ଼ିତାର ଆତ୍ମାହୁତି ଧମକ

0

ଶାହାଜାହାନପୁର : ଉତ୍ତରପ୍ରଦେଶର ବିଜେପି ବିଧାୟକ ରୋଶନ ଲାଲ ବର୍ମା ଏବଂ ତାଙ୍କ ପୁଅ ନାମରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ୨୧ ମେ’ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ମହିଳା ଜଣକ ଆତ୍ମାହୁତି କରିବେ ବୋଲି ଧମକ ଦେଇଛନ୍ତି । ପୁଲିସ୍‌ ସୂଚନା ଅନୁସାରେ ୨୮ ବର୍ଷିୟ ମହିଳା ଜଣକ ଗୁରୁବାର କହିଛନ୍ତି ଯେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି । ଏହାସହ ଆପୋଷ ବୁଝାମଣା ପାଇଁ ତା ଉପରେ ଚାପ ପକାଯାଉଛି । ଅଭିଯୋଗ ପରେ ପୀଡ଼ିତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅପରପକ୍ଷରେ ବିଧାୟକ ରୋଶନଲାଲ ବର୍ମା ମହିଳାଙ୍କ ଦ୍ୱାର ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସମାଜବାଦୀ ପାର୍ଟି ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା ସେ ଅଭିଯୋଗ କରିଛନ୍ତି । ୨୦୧୧ ମସିହାରେ ମହିଳାଙ୍କୁ ବିଧାୟକ ଏବଂ ତାଙ୍କ ପୁଅ ଟେକିନେଇ ଗଣବଳାତ୍କାର କରିଥିଲେ । ଏହାପରଠାରୁ ମହିଳା ଜଣଙ୍କ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ବୋଲି କହିଛନ୍ତି । ଦୁଇ ଦିନ ତଳେ ମହିଳା ଜଣକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ତାଙ୍କୁ ଧାରଣାରୁ ଉଠାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ମହିଳା ଜଣକ କହିଛନ୍ତି ।

Leave A Reply