ଜୟପୁର : ରାଜସ୍ଥାନରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନିଜଣ ନାବାଳକ ମିଶି ପୀଡ଼ିତାକୁ ଗଣଦୁଷ୍କର୍ମ କରିଥିବା ଜଣାପଡିଛି।
ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ନାହରଗଡ ସହରର ଟାଙ୍କି ମୋହାଲାରେ ଝିଅଟି ତାଙ୍କ ଘର ବାହାରେ ଖେଳୁଥିଲା, ସେହି ସମୟରେ ପଡୋଶୀ ତିନିଜଣ ନାବାଳକ ତାଙ୍କୁ ୫ ଟଙ୍କା ଦେବା ପାଇଁ କହି ନିକଟସ୍ଥ ଚାଷ ଜମିକୁ ନେଇ ବଳାତ୍କାର କରିଥିଲେ। ସେ ସମୟରେ ଝିଅର ମାଆ ଘର ଭିତରେ ରୋଷେଇ କରୁଥିଲେ। କିଛି ସମୟ ପରେ ଯେତେବେଳେ ପରିବାର ଲୋକେ ଶିଶୁଟିକୁ ପାଇନଥିଲେ, ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ।
କିଛି ସମୟ ପରେ ପୀଡିତାର ମାଆ ତାଙ୍କ ଘର ନିକଟରେ କାନ୍ଦୁଥିବା ଝିଅକୁ ଦେଖିଲେ, ଯାହାର ଶରୀରରୁ ରକ୍ତସ୍ରାବ ହେଉଥିଲା। ପରେ ସେହି ରାତିରେ ମାଆ ଓ ନାବାଳିକା ପୋଲିସ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।



