www.samajalive.in
Saturday, December 6, 2025
15.1 C
Bhubaneswar

ହଜିଗଲା ମାନବିକତା: ଉଦ୍ଧାରକାରୀ ସାଜିଲେ ବଳାତ୍କାରୀ

ରାଞ୍ଚି: ଦୁର୍ଘଟଣାରେ ପଡ଼ି ଉଦ୍ଧାର ପାଇଁ ବନ୍ଧୁଙ୍କ ସାହାଯ୍ୟ ମାଗିଥିଲେ ଜଣେ ଯୁବତୀ। ମାତ୍ର ସହାୟତା କରିବା ବଦଳରେ ପୁରୁଷ ବନ୍ଧୁ ଜଣକ ନାବାଳିକାଙ୍କୁ ବଳାତ୍କାରର ଷଡ଼ଯନ୍ତ୍ର ରଚନା କରିଥିଲେ। ଏଭଳି ଅଭିଯୋଗ ଆସିଛି ଝାଡ଼ଖଣ୍ଡର ଲୋହାରଗଡ଼ା ଅଞ୍ଚଳରୁ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ବାନ୍ଧବୀ ପଡ଼ୋଶୀଙ୍କ ସହିତ ଗତ ୧୬ ତାରିଖରେ ଏକ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ବାହାରିଥିଲେ। ବାଟରେ ସେମାନଙ୍କ ମୋଟର ସାଇକେଲ୍‍ ଖରାପ ହୋଇଯାଇଥିଲା। ସହାୟତା ପାଇଁ ଜଣେ ନାବାଳିକା ତାଙ୍କ ପୁୁରୁଷ ବନ୍ଧୁଙ୍କୁ ଫୋନ୍‍ କରିଥିଲେ। ବଦଳରେ ପୁରୁଷ ବନ୍ଧୁ ଜଣକ ତାଙ୍କର ୧୧ ଜଣ ବନ୍ଧୁଙ୍କୁ ସେ ସ୍ଥାନକୁ ପଠାଇଥିଲେ। ସେହି ୧୧ ଜଣ ଉକ୍ତ ପଡ଼ୋଶୀଙ୍କୁ ମାଡ଼ ମାରି ଦୁଇ ନାବାଳିକାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୧୧ ଜଣ ଯୁବକ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିିଛି। ଅଭିଯୁକ୍ତମାନଙ୍କ ବୟସ ୧୮ ରୁ ୨୮ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ଫୋନ୍‍ଗୁଡ଼ିକୁ ମଧ୍ୟ ଅଭିଯୁକ୍ତମାନେ ନେଇଯାଇଥିଲେ। ଅନୁସନ୍ଧାନ ବେଳେ ସେହି ଫୋନ୍‍ଗୁଡ଼ିକୁ ଜଣେ ଅଭିଯୁକ୍ତର ଘରୁ ପୁଲିସ ଜବତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories