www.samajalive.in
Friday, December 5, 2025
20.1 C
Bhubaneswar

ସାଉଦିଆରବରେ ଫସି ରହିଛନ୍ତି ୧୪ ଓଡିଆ ଶ୍ରମିକ: ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ: ସାଉଦିଆରବରେ ନିର୍ୟାତିତ ଅବସ୍ଥାରେ ରହିଥିବା ଗଞ୍ଜାମ ଜିଲାର ବିଭିନ୍ନ ଅଂଚଳର ୧୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ଖଲିକୋଟ, ବେଲଗୁଣ୍ଠା, ସାନଖେମୁଣ୍ଡି, ଧରାକୋଟ, ବେଗୁନିଆପଡ଼ା, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମର୧୪ ଜଣ ଶ୍ରମିକ ସେଠାକୁ କାମ କରିବା ପାଇଁ ଦଲାଲ ମାଧ୍ୟମରେ ଯାଇ ଫସିଯାଇଥିବା ମୋବାଇଲ ଭିଡିଓ ମାଧ୍ୟମରେ ବାର୍ତା ପଠାଇଛନ୍ତି । ସେଠାରେ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ଓ ଖାଦ୍ୟ ପ୍ରଦାନ ନକରି ଅଧିକ ଖଟଣି ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାରବର୍ଗ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟି ଗୁହାରି କରିଥିଲେ । ଜିଲାପାଳ ସମସ୍ତ ବିଷୟ ଜାଣିଲା ପରେ ସେମାନଙ୍କୁ ସେଠାରୁ ଫେରାଇ ଆଣିବା ନିମନ୍ତେ ଉଦ୍ୟମ କରାଯିବ ବୋଲି ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ । ୧୪ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ରବିନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ଟିମ୍ ସାଉଦିଆରବରେ ଫସିଥିବା ଶ୍ରମିକଙ୍କ ଗ୍ରାମକୁ ଯାଇ ସେମାନଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ସମସ୍ତ ତଥ୍ୟର ଯାଞ୍ଚ କରାଯାଇ ଦିଲ୍ଲୀସ୍ଥିତ ଭାରତୀୟ ଦୂତାବାସକୁ ପଠାଯାଇଥିବା ଶ୍ରମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories