www.samajalive.in
Friday, December 5, 2025
23.1 C
Bhubaneswar

ଆସୁଛି ରାକ୍ଷୀ ପୂର୍ଣ୍ଣିମା: ମିଠାର ଦାମ୍‍ ୯ ହଜାର ଟଙ୍କା

ନୂଆଦିଲ୍ଲୀ: ୧୨ମାସରେ ୧୩ପର୍ବର ଦେଶ ଭାରତରେ ଯେକୌଣସି ପର୍ବପର୍ବାଣୀ ହେଉ ନା’ କାହିଁକି ମିଠା ବିନା ପାର୍ବଣର ମଜା ଅଧା ହୋଇଯାଏ। ଏଭଳି କ୍ଷେତ୍ରରେ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବରେ ମିଠା ପଛରେ ପଡ଼ନ୍ତା କିପରି? ତେଣୁ ରାକ୍ଷୀ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ମିଠା ପ୍ରସ୍ତୁତିଠାରୁ ଆରମ୍ଭ କରି ବଜାରରେ ବିକ୍ରି କରିବାର ପ୍ରତିଯୋଗିତା ପାର୍ବଣର ଦୀର୍ଘ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ।
ଏବେ ଏମିତିରେ ମିଠାର ମୂଲ୍ୟ ବେଶ୍‍ ବୃଦ୍ଧ ପାଇିଛି। ଏ କ୍ଷେତ୍ରରେ ଚଳିତ ବର୍ଷ ବଜାରର ଚାହିଦାକୁ ଦେଖି ସମସ୍ତଙ୍କୁ ଚମକାଇଦେବା ଭଳି ମୂଲ୍ୟରେ ବଜାରକୁ ଆସୁଛି ସ୍ୱତନ୍ତ୍ର ଧରଣର ମିଠା। ଏହି ଦୌଡ଼ରେ ସମସ୍ତଙ୍କୁ ପଛରେ ପକାଇଛି ଗୁଜରାଟର ମିଠା। କାରଣ ଏହି ମିଠା କିଲୋ ପିଛା ୯୦୦୦ଟଙ୍କାରେ ବିକ୍ରି ହେଉଛି। ହୀରା ବ୍ୟବସାୟ ପାଇଁ ଖ୍ୟାତ ସୁରଟ ସହାର ଏହି ମିଠାର ଜନ୍ମସ୍ଥାନ। ମିଷ୍ଟାନ୍ନ ନିର୍ମାତା ପ୍ରିନ୍ସ ଦ୍ୱାରା ପ୍ରସ୍ତୁତ “୨୪କ୍ୟାରେଟ ମିଠାଇ ମ୍ୟାଜିକ’ ନାମକ ଏହି ମିଠାର କିଛି ଖାସ୍‍ ସ୍ୱତନ୍ତ୍ରତା ରହିଛି। ସାଧାରଣତଃ ମିଠାକୁ ରୂପା ଫଏଲ୍‍ରେ ଆଚ୍ଛାଦିତ କରାଯାଇ ବିକ୍ରି କରାଯିବାର ପ୍ରଥା ଥିବା ବେଳେ ସୁରଟର ମିଠାରେ ୨୪କ୍ୟାରେଟ ସୁନା ଫଏଲ୍‍ ବ୍ୟବହାର କରାଯାଇଛି। ତେଣୁ ମିଠାର ମୂଲ୍ୟ କିଲୋ ପିଛା ୯୦୦୦ଟଙ୍କା ଧାର୍ଯ୍ୟ କରିଛି ନିର୍ମାତା। ସୁନା ଆବରଣଯୁକ୍ତ ହୋଇଥିବାରୁ ଏହି ମିଠା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories