ରଣଜୀ ଟ୍ରଫି : ଏଲିଟ୍ ଗ୍ରୁପ-ଡିରେ ଓଡ଼ିଶା
ଜାନୁଆରୀ ୫ରୁ ଅଭିଯାନ, ଘରୋଇ ଗ୍ରାଉଣ୍ଡରେ ଖେଳିବ ୪ ମ୍ୟାଚ
କଟକ : ବିସିସିଆଇ ଘରୋଇ କ୍ରିକେଟ ୨୦୨୩-୨୪ ଋତୁରେ ଏଲିଟ୍ ଗ୍ରୁପ-ଡି ରେ ଓଡ଼ିଶା ସ୍ଥାନ ପାଇଛି। ଗ୍ରୁପରେ ବରୋଦା, ମଧ୍ୟପ୍ରଦେଶ,ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ,ପଣ୍ଡିଚେରୀ,ଉତ୍ତରାଖଣ୍ଡ ଓ ଦିଲ୍ଲୀ ସହ ଓଡ଼ିଶା ରହିଛି। ୭ଟି ମ୍ୟାଚ ମଧ୍ୟରୁ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ୪ଟି ଓ ବାହାରେ ୩ଟି ମ୍ୟାଚ ଖେଳିବ। ଓଡ଼ିଶା ୨୦୨୪ ଜାନୁଆରୀ ୫ରୁ ୮ ପର୍ଯ୍ୟନ୍ତ ବରୋଦା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଜାନୁଆରୀ ୧୨ରୁ ୧୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ସହିତ ଦ୍ବିତୀୟ ମ୍ୟାଚ ଖେଳିବ। ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଓଡ଼ିଶା ୨୦୨୪ ଜାନୁଆରୀ ୧୯ରୁ ୨୨ ପର୍ଯ୍ୟନ୍ତ ଜମ୍ମୁ- କଶ୍ମୀର,୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ବିପକ୍ଷରେ ,ଫେବୃଆରୀ ୨ରୁ ୫ ପର୍ଯ୍ୟନ୍ତ ପଣ୍ଡିଚେରୀ ବିପକ୍ଷରେ ଓ ୯ରୁ ୧୨ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ବିପକ୍ଷରେ ମ୍ୟାଚ ଓଡ଼ିଶାରେ ଖେଳିବ। ଫେବୃଆରୀ ୧୬ରୁ ୧୯ ପର୍ଯ୍ୟନ୍ତ ଶେଷ ଲିଗ୍ ମ୍ୟାଚ ଦିଲ୍ଲୀରେ ଦିଲ୍ଲୀ ବିପକ୍ଷରେ ଖେଳିବ।
ସେହିପରି ୨୩ ବର୍ଷରୁ କମ୍ କେର୍ଣ୍ଣଲ ସି.କେ ନାଇଡୁ ଟ୍ରଫିରେ ଓଡ଼ିଶା ଏଲିଟ୍ ଗ୍ରୁପ-ସି ରେ ସ୍ଥାନ ପାଇଛି। ଓଡ଼ିଶା ଘରୋଇ ପଡିଆରେ ୨୦୨୪ ଜାନୁଆରୀ ୭ରୁ ୧୦ ପର୍ଯ୍ୟନ୍ତ ସୌରାଷ୍ଟ୍ର,୧୪ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡ, ଫେବୃଆରୀ ୧୮ରୁ ୨୧ ପର୍ଯ୍ୟନ୍ତ ପଞ୍ଜାବ ସହିତ ମ୍ୟାଚ ଖେଳିବ। ସେହିପରି ୧୯ବର୍ଷରୁ କମ୍ କୁଚବିହାର ଟ୍ରଫିରେ ଓଡ଼ିଶା ଏଲିଟ୍ ଗ୍ରୁପ-ଇ ରେ ସ୍ଥାନ ପାଇଛି। ଦଳ ଘରୋଇ ପଡିଆ ମ୍ୟାଚ ନଭେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ପଣ୍ଡିଚେରୀ ସହ,ଡିସେମ୍ବର ୮ରୁ ୧୧ ପର୍ଯ୍ୟନ୍ତ ହାଇଦାରବାଦ୍ ଓ ୧୫ରୁ ୧୮ ପର୍ଯ୍ୟନ୍ତ ଛତିଶଗଡ଼ ବିପକ୍ଷରେ ଖେଳିବ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପ୍ଲେଟ ଗ୍ରୁପ ମ୍ୟାଚ ଓଡ଼ିଶାରେ ଆୟୋଜିତ ହେବ। ଉକ୍ତ ମ୍ୟାଚ ଡିସେମ୍ବର ୧ରୁ ୨୩ ପର୍ଯ୍ୟନ୍ତ ଖେଳାଯିବ। ସିନିୟର ମହିଳା ଟି୨୦ ଟ୍ରଫି ଗ୍ରୁପ-ସି ଲିଗ୍ ମ୍ୟାଚ ଓଡ଼ିଶାରେ ଅକ୍ଟୋବର ୧୯ରୁ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ଖେଳାଯିବ। ମ୍ୟାଚ ଗୁଡ଼ିକ ବାରବାଟୀ ଷ୍ଟାଡ଼ିୟମ, କିଟ୍ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯିବ।
Comments are closed.