www.samajalive.in
Saturday, December 6, 2025
23.1 C
Bhubaneswar

ଆରପାରିରେ ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍ ପଟ୍ଟନାୟକ

ଡେସ୍କ: ବିଶିଷ୍ଟ ନାଟ୍ୟକାର, ସଂଳାପକାର, ଗୀତିକାର ଓ ସଂଗୀତ ସଂଯୋଜକ ରଣଜିତ୍ ପଟ୍ଟନାୟକଙ୍କର ମଙ୍ଗଳବାର ରାତି ୧.୪୦ ମିନିଟରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଅନେକ ସଫଳ ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ କାହାଣୀ ଓ ସଂଳାପ ଲେଖି ସେ ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ। ସେ ଅନେକ ଦିନ ହେବ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ଅବିଭକ୍ତ ବରଗଡ଼ ଜିଲ୍ଲା ପଦ୍ମପୁର ଅଧିନସ୍ତ ରାଜାସମ୍ବରରେ ୧୯୫୭ ମସିହା ମାର୍ଚ୍ଚ ୨୦ରେ ଜନ୍ମ ଗ୍ରହଣ କରିଥିବା ରଣଜିତ୍ ପଟ୍ଟନାୟକ ଛାତ୍ର ବୟସରୁ ନାଟକରେ ଅଭିନୟ କରିଥିଲେ। ଅଭିନୟ କରିବା ଠାରୁ ଆରମ୍ଭ କରି ନାଟକ ରଚନା, ନିର୍ଦ୍ଦେଶନା, ସଂଳାପ ଲେଖକ, ଗୀତିକାର ଓ ସଂଗୀତ ସଂଯୋଜକ ଭାବେ ସେ ଅନେକ ସଫଳତା ପାଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ ଓ ଏମଫିଲ ଡିଗ୍ରୀ ହାସଲ କରିବା ପରେ ସେ ୧୯୮୦ରେ କାନାରା ବ୍ୟାଙ୍କରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ଓ ୨୦୧୭ରେ ଅବସର ଗ୍ରହଣ କରିଥିଲେ।

- Advertisement -

ତାଙ୍କ ଦ୍ୱାରା ରଚିତ ପ୍ରାୟ ୧୫ଟି ନାଟକ ବହି ଓ ୮ଟି ଏକାଙ୍କିକା ପ୍ରକାଶିତ ହୋଇଛି। ସେଗୁଡିକ ମଧ୍ୟରେ ରହିଛି ଚଉକି, ଗୁଣିଆ ଝାଡ଼େ ଲୋ ଡାହାଣୀ, ଗୋଇଠା ବାବା, ମନ ତୋହର ନିଜ ଗୁରୁ, ହୁଏନ୍ସାଙ୍କ ଭାରତ ପରିଭ୍ରମଣ, ବଧିର ଈଶ୍ୱର ଏବଂ ଗାଁ। ନାଟକ ରଚନା ବ୍ୟତୀତ ସେ ପଳାତକ, ଗୁଣ୍ଡା, ଧୃତରାଷ୍ଟ୍ରର ଆଖି, ମୋର ବା ଦୋଷ କଣ, ଅନେଶତ ପବନ, କସ୍ତୁରୀ, ଆଠକାନ୍ଥର ଅମରାବତୀ ବାଘ ଶିକାର ସମେତ ପ୍ରାୟ ୩୨ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ୨୫ରୁ ଅଧିକ ନାଟକରେ ନିଜର ଅଭିନୟର ନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି। ସେ ଅଭିନୟ କରିଥିବା ନାଟକ ମଧ୍ୟରେ ନଳସ୍ୟ ଦମୟନ୍ତୀ, ପରିଶୋଧ, କାଳପୁରୁଷ, ସନ୍ୟାସୀ, ମୁଁ ସଇତାନ କହୁଛି, ମହାନଦୀରେ ବନ୍ୟା, ଧୂଳିଘରୁ ଆକାଶ ଆଡକୁ ଓ ଆମ ଘରର ହାଲଚାଲ ଅନ୍ୟତମ।

ସେ ୪୨ରୁ ଅଧିକ ଲୋକପ୍ରିୟ ଚଳଚିତ୍ରର ଚିତ୍ରନାଟ୍ୟ ସଂଳାପ ଓ ଗୀତ ରଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଗୋପରେ ବଢୁଛି କଳାକହ୍ନେଇ, ରକତ ଚିହ୍ନିଛି ନିଜର କିଏ, ସମୟ ଖେଳୁଛି ଚକା ଭଉଁରୀ, ବର୍ଷା ମାଇଁ ଡାର୍ଲିଂଗ, ପ୍ରେମ ଋତୁ ଆସିଲାରେ ଓ ମୁଁ ତତେ ଲଭ କରୁଛି। ସେହିପରି ସେ ୧୧ରୁ ଅଧିକ ଧାରାବାହିକର ସଂଳାପ ରଚନା ସହ ୧୨ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା, ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି।

ସେ ୨୦୧୩ରେ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ୨୦୦୨ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଜଷ୍ଟିସ ହରିହର ମହାପାତ୍ର ସ୍ମାରକୀ ପୁରସ୍କାର, ନାଟ୍ୟମ ସମ୍ମାନ, ଆଦି ନାଟ୍ୟକାର ସମ୍ମାନ, ଗଣକବି ବୈଷ୍ଣବ ପାଣି ସମ୍ମାନ ଓ ଓଡିଶା ଫିଲ୍ମ ଫେୟାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories