www.samajalive.in
Friday, December 12, 2025
14.1 C
Bhubaneswar

ଖତିଆରେ କୁକୁଡ଼ା ମଡକ ; ଚିନ୍ତାରେ ଚାଷୀ

ରଣପୁରଗଡ: ରାଜ୍ୟରେ ମିଶନ ଶକ୍ତି ଠାରୁ ଆରମ୍ଭ କରି ବେକାର ଯୁବକଯୁବତୀମାନଙ୍କୁ କର୍ମନିଯୁକ୍ତି ପାଇଁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ବେକାର ଯୁବକ ଯୁବତୀ ମାନେ ଓ ମିଶନ ଶକ୍ତି ମହିଳାମାନେ ସରକାରୀ ରିହାତି ହାତେଇବା ସହ ବିଭିନ୍ନ ବ୍ୟାଙ୍କ ଋଣ କରି କୁକୁଡ଼ା ଚାଷ କରୁଛନ୍ତି। ରଣପୁର ଅଞ୍ଚଳରେ ଜଙ୍ଗଲରେ ମୃତ କୁକୁଡ଼ା ପଡ଼ିଥିବା ବେଳେ ପ୍ରାଣୀଧନ ଚିକିତ୍ସକ ଓ ରୋଗ ନିରୁପଣ ନିରୀକ୍ଷକ ମୃତ କୁକୁଡ଼ା ପଞ୍ଚନାମା କରିବା ସହ ନମୂନା ସଂଗ୍ରହ କରି ମୃତ କୁକୁଡ଼ାଙ୍କୁ ମାଟି ତଳେ ପୋତିଥିଲେ। କିନ୍ତୁ ଜୁଲାଇ ୧୨ ତାରିଖ ସକାଳୁ ଖତିଆର ସୂର୍ଯ୍ୟମଣି ମାର୍ଥାଙ୍କ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡ଼ିଥିଲେ। ଦର୍ପନାରାଣୟପୁର ପ୍ରାଣୀଧନ ଚିକିତ୍ସକ ଶାଶ୍ୱତୀ ପଣ୍ଡାଙ୍କୁ ଖବର ଦେବାପରେ ତାଙ୍କ ନିର୍ଦେଶ ଅନୁସାରେ ମୃତ କୁକୁଡ଼ାଙ୍କୁ ମାଟିତଳେ ପୋତି ଦେଇଥିବା ଜଣାପଡିଛି। ଚିକିତ୍ସକ ପଣ୍ଡା କୁହନ୍ତି ସୂର୍ଯ୍ୟମଣି ସରକାରୀ ସହାୟତା ସହ ଯୋଜନା ଅନୁସାରେ ଫାର୍ମ କରିଥିଲେ। ଏବେ ଋଣ ସୁଝିବା ଚିନ୍ତାରେ ସୂର୍ଯ୍ୟମଣି। ସରକାରୀ ସହାୟତା ହେଲେ ଋଣ ସୁଝିବା ଆଶା ରଖିଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ବସନ୍ତ କୁମାର ବେହେରା କୁହନ୍ତି ମୃତ କୁକୁଡ଼ାଙ୍କ ପଞ୍ଚନାମା ପରେ ବାର୍ଡ ଫ୍ଲୁର କୈ।ଣସି ସୂଚନା ମିଳିଲା ନାହିଁ। ଅଧିକ ତଦନ୍ତ ପାଇଁ ଫୁଲନଖରା ସ୍ଥିତ ନିରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। କୁକୁଡ଼ା ଚାଷୀମାନେ ଚିନ୍ତାରେ ଥିବାବେଳେ ଖାଉଟି ଭୟଭୀତ।

ଶ୍ରାବଣର ପ୍ରଥମ ଶନିବାର ପୁଣି ୩୦ ବର୍ଷ ପରେ ଶନିଙ୍କ ରାଜଯୋଗ : ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଢିବ ଦରମା, କିଣିବେ ଘର, ଗାଡି..

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories