ରଣପୁରଗଡ଼: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ କୁହାଯାଉଥିବା ରଣପୁର ଘୋଷଯାତ୍ରାରେ ମହାବାହୁ ମାଉସୀ ଘରକୁ ଯିବାପରେ ଜନ୍ମବେଦୀରେ ବିଭିନ୍ନ ବେଶ ହୋଇଥାଏ। ନବଦିନାତ୍ମକ ଯାତ୍ରାର ନବମୀରେ ମହାବାହୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମହାବାହୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶହ ଶହ ଶ୍ରଦ୍ଧାଳୁମାନେ ଦର୍ଶନ କରିବାସହ ଆଡ଼ପ ମଣ୍ଡପ ଖେଚୁଡ଼ି ଖାଇ ଆତ୍ମତୃପ୍ତି ଲାଭ କରିଥିଲେ। ଏଥିସହିତ ମାନସିକଧାରୀ ଭକ୍ତମାନେ ଗୁଣ୍ଡିଚା ରାଣୀ ମନ୍ଦିରରେ ଉପାଧି ବସାଇ ମହାବାହୁଙ୍କ ନିକଟରେ ପୂଜା କରିଥିଲେ। ଭକ୍ତମାନଙ୍କ ଆନନ୍ଦ ଉଲ୍ଲାସ ସହ ମହାବାହୁଙ୍କ ଲକ୍ଷ୍ମୀନାରାୟଣ ବେଶ୍ ଭାବଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।
Popular Categories



