ରଣପୁରଗଡ: ରାଜସ୍ବ ବିଭାଗ ସେବା ପ୍ରଦାନରେ ଚରମ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ସାଧାରଣ ଲୋକ ଜମିଜମା ସମସ୍ୟା ସମାଧାନ ପାଇଁ ରାଜସ୍ବ କାର୍ଯ୍ୟାଳୟକୁ ଦଉଡି ଦଉଡି ଜୀବନ ଚାଲିଯାଉଛି କିନ୍ତୁ ସମସ୍ୟା ସମାଧାନ ହେଉନାହିଁ। ରାଜସ୍ୱ ବିଭାଗ ପ୍ରତି ସାଧାରଣ ନାଗରିକ ହତାଶାଭାବ ପ୍ରଦର୍ଶନ କରୁଛନ୍ତି। ଏପରିକି ବର୍ଷ ବିତୁଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟ ନାମରେ ନିଜସ୍ୱ ଜମି ହେ।ଇପାରୁନାହିଁ ।ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ କାର୍ଯ୍ୟାଳୟ କ୍ଷେତ୍ରରେ। ୧୯୫୫ ମସିହାରେ ରଣପୁର ବ୍ଳକ ସ୍ଥାପିତ ହେ।ଇଥିଲା। ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଳକ ନାମରେ ନିଜସ୍ୱ ଜମି ନାହିଁ। ଯାହା ଫଳରେ ଅନେକ ଅସୁବିଧା ଦେଖାଦେଉଛି। ଏହାକୁ ନେଇ ଏକ ଅବଶୋଷ ରହିଗଲା ବୋଲି କହିଛନ୍ତି ନୟାଗଡ଼ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ। ତାଙ୍କ କହିବା ଅନୁଯାୟୀ ସେ ରଣପୁରରେ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ସମୟରେ ରଣପୁର ବ୍ଳକ ନାମରେ ନିଜସ୍ୱ ଜମି ପାଇଁ ଆଲାଇନେସନ ପାଇଁ ସ୍ୱାକ୍ଷର କରିଥିଲେ। ତାପରେ ତାଙ୍କର ବଦଳି ହେ।ଇଯାଇଥିଲା। ସେ ପୁଣି ନୟାଗଡ଼ ଉପଜିଲ୍ଲାପାଳ ହେବାପରେ ରଣପୁର ତହସିଲଦାରଙ୍କୁ ରଣପୁର ବ୍ଳକ ନିଜସ୍ୱ ନାମରେ ଜମି ରେକର୍ଡ କଥା ପଚାରିଥିଲେ। ସେତବେଳକୁ ରେକର୍ଡ ମିଳିନଥିଲା। ଏବେ ନୟାଗଡ଼ ଜିଲ୍ଲା ମୁଖ୍ୟ ନିର୍ବାହୀ ଭାବରେ ଏକ ଅବଶୋଷ ରହିଗଲା ବୋଲି ରଣପୁର ଜନଶୁଣାଣୀ ଶିବିରରେ ରଣପୁର ବର୍ତ୍ତମାନର ବିଡିଓ ଓ ତହସିଲଦାରଙ୍କୁ କହିଥିଲେ। ରଣପୁର ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଆଦି ଅନେକ ସରକାରୀ କାର୍ଯ୍ୟାଳୟ ନାମରେ ନିଜସ୍ୱ ଜମି ନାହିଁ। ରାଜସ୍ବ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି।



